ମାଲକାନଗିରି : ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟ୍କା ଲାଗିଛି । ସୋମବାର ସିଆରପିଏଫ୍ର ଦାନ୍ତୱୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ମାଓବାଦୀ ରହିଛନ୍ତି । ଫଳରେ ମାଓବାଦୀଙ୍କୁ ଶକ୍ତ ଝଟ୍କା ଲାଗିଥିବା କୁହାଯାଉଛି । ଏହି ମାଓବାଦୀମାନଙ୍କୁ ୧୦ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏମାନେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଜଡିତ ଥିବା ଜଣାପଡିଛି । ଅନ୍ୟପକ୍ଷରେ ଛତିଶଗଡ଼ର ବିଜାପୁର ଜିଲ୍ଲା ସିଲଗର ଜଙ୍ଗଲରେ ପୋଲିସ କୋମ୍ବିଂ ଅପରେସନ କରୁଥିବା ବେଳେ ଏକ ଆଇଇଡି ବୋମା ଜବତ କରିଛି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଜଙ୍ଗଲରେ ଏହି ବୋମା ଲୁଚାଇ ରଖିଥିଲେ ବୋଲି କୁହାଯାଇଛି । ପରେ ଏହାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି ।
Next Post