ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଗଇନ୍ଦିମାଲ ଗାଁର ଜଣେ ଯୁବତୀ (୧୯) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହା ଜାଣିବା ପରେ ସେହି ଗାଁର ତାଙ୍କ ଧରମ ଭାଇ ସନ୍ତୋଷ ତାଣ୍ଡି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତୁରେକେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସୂଚନା ଅନୁସାରେ ଦୁଇବର୍ଷ ହେଲା ବାପା ମା’ ଚାଲିଗଲା ପରେ ଯୁବତୀ ଜଣକ ଅସହାୟ ହୋଇ ପଡିଥିଲେ । ତାଙ୍କୁ ଧରମ ଭଉଣୀ ଭାବେ ଶ୍ରୀ ତାଣ୍ଡି ଘରେ ରଖି ପାଠ ପଢାଉଥିଲେ । କିନ୍ତୁ ସେହି ଗ୍ରାମର କିଛି ମହିଳା ତାଙ୍କୁ ସବୁ ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଟାହିଟାପରା କରୁଥିଲେ । ଏହା ସହି ନପାରି ସେ କୀଟନାଶକ ପିଇ ଦେଇଥିଲେ । ଏନେଇ ତୁରେକେଲା ଥାନା ପୁଲିସ ପକ୍ଷରୁ କେସ ନମ୍ବର ୧୭୭/୨୨ ଏବଂ ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ଦ୍ୱାରା ତିନି ମହିଳା ମାନଙ୍କୁ ଗିରଫ କରାଯାଇ ଆଇପିସି ୧୮୬୦-ଧାରା ୩୪୧, ୨୯୪, ୩୨୩, ୩୫୪, ୩୫୫, ୫୦୯, ୩୪ ରୁଜୁ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ମହିଳା ମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.