ଜେଲ୍‌ରେ କଏଦୀର ସନ୍ଦେହ ଜନକ ମୃତ୍ୟୁ : ଆତ୍ମହତ୍ୟା ନା ହତ୍ୟା…

ମାଲକାନଗିରି : ପୁଣି ଜେଲ୍‌ରେ ଜଣେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ଗତ୨ ମାସ ତଳେ ହୋଇଥିବା କମ୍ବିଂ ଅପରେସନ୍‌ ବେଳେ ମାଳକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳର ଜଡାମ୍ବ ପଚାଂୟତର ଗୁଜୁରିଜୁଡା ଗାଁର ଦାନୁ ଗଲୋରୀଙ୍କୁ ମାଓବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗିରଫ କରାଯାଇ ମାଲକାନଗିରି ଉପକାରାଗାରରେ ରଖାଯାଇଥିଲା । ହେଲେ ଗତକାଲି ଦିନ ବେଳା ଦାନୁଙ୍କ ଗଳା କଟି ରକ୍ତମୟ ହୋଇଯାଇଥିଲା ତାଙ୍କ ପ୍ରକୋଷ୍ଠ । ଗରୁତର ଅବସ୍ଥାରେ ଦାନୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ଜେଲ୍‌ ପକ୍ଷରୁ କୋ÷ଣସି ସଠିକ୍‌ ସୂଚନା ଦିଆ ଯାଇନାହିଁ । ଦାନୁଙ୍କ ପରିବାର ଲୋକଙ୍କ କହିବାନୁସାରେ ଦାନୁଙ୍କୁ କିଏ ଜାଣିଶୁଣି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛି । ପରେ ପୋଲିସ୍‌ ପହଂଚି ପରିବାର ଲୋକଙ୍କୁ ବୁଝାସୁଝା କରି ପୋଷ୍ଟମର୍ଟମ କରିଥିଲେ । ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁକୁ ନେଇ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଜୋର୍‌ ଧରିଛି ।

Leave A Reply

Your email address will not be published.