ରେଳ ଲାଇନରେ ଆତ୍ମହତ୍ୟା କଲେ ଯୁବକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ କାଲି ରାତିରେ ଟିଟିଲାଗଡ଼ ରେଳ ଷ୍ଟେସନରୁ ୫ କିଲୋମିଟର ଦୂର ତୁଲାଙ୍ଗ ଓଭର ବ୍ରିଜରେ ଜଣେ ଯୁବକ ଆତ୍ମାହତ୍ୟା କରିଛନ୍ତି । ଯୁବକ ଜଣକ ମହୁଲପଡାର ପ୍ୟାରେ ଦାଶଙ୍କ ୨୮ ବର୍ଷୀୟ ପୁଅ ଦେବେନ୍ଦ୍ର ଦାଶ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ , ଦେବେନ୍ଦ୍ର ପ୍ରଥମେ ବିବାହ କରିଥିଲେ ଓ ତାଙ୍କର ତିନି ବର୍ଷୀୟ ଗୋଟିଏ ପୁଅ ଓ ଚାରି ବର୍ଷୀୟ ଗୋଟିଏ ଝିଅ ଅଛନ୍ତି । ସେ ଟିଟିଲାଗଡ – ବଲାଙ୍ଗିର ମୁଖ୍ୟ ରାସ୍ତା କଡ଼ରେ ତୁଲାଙ୍ଗ ଗାଁ ସ୍ଥିତ ଏଆରଏସଏସ କମ୍ପାନୀ କ୍ୟାମ୍ପର ଡ୍ରାଇଭର ଭାବରେ ବୋଲେରୋ ଚଳାଉଥିଲେ । ସେହି ସମୟରେ ତୁଳାଙ୍ଗ ଗାଁର ଅନ୍ୟ ଏକ ଝିଅ ସହ ପ୍ରେମ ସମ୍ପର୍କ ରଖି କିଛି ଦିନ ପରେ ବିବାହ କରିଥିଲେ । ସେହି ଝିଅ ବର୍ତ୍ତମାନ ୫ ମାସର ଗର୍ଭବତୀ ରହିଥିବା ବେଳେ ଘରେ ଧୀରେ ଧୀରେ ଅଶାନ୍ତି ବଢିଲା ଓ କଳହ ସୃଷ୍ଟି ହେଲା । ତେବେ ସେ ହଠାତ ଆତ୍ମହତ୍ୟା କରିବାକୁ ମନ ସ୍ଥିର କରି ଏଆରଏସଏସ କମ୍ପାନୀ କ୍ୟାମ୍ପ ପଛ ପଟେ ଟିଟିଲାଗଡ଼ରୁ ଏକ ମାଲବୋଝ ଟ୍ରେନ ବଲାଙ୍ଗିର ଆଡ଼କୁ ଯାଉଥିବା ସମୟରେ ରେଳ ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ସୂଚନା ପାଇ ବଲାଙ୍ଗିର ଜିଆରପିଏଫ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଟିଟିଲାଗଡ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ପରିଜନକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.