ଲୋୟର ସୁକତେଲ ପ୍ରକଳ୍ପ ଡେମ୍‌ ସାଇଟରେ ଠିକା ଶ୍ରମିକଙ୍କ ଆତ୍ମହତ୍ୟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ମାଗୁରବେଡା ନିକଟସ୍ଥ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ କାମ କରୁଥିବା ଜନୈକ ଠିକା ଶ୍ରମିକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଶ୍ରମିକଙ୍କ ନାମ ନରେଶ୍ୱର ଷାଣ୍ଢ(୨୭) ଓ ତାଙ୍କ ଘର ଅନୁଗୁଳ ଜିଲାରେ ବୋଲି ଜଣାପଡିଛି । ମୃତକ ଜଣକ ଏହି ପ୍ରକଳ୍ପର ପଥର ପେକିଙ୍ଗ କାମରେ ନିୟୋଜିତ ଥିଲେ ବୋଲି ଜଣାପଡ଼ିଛି । ତେବେ କୌଣସି କାରଣରୁ ସେ ନିକଟସ୍ଥ ଏକ ଗଛରେ ଗାମୁଛା ବାନ୍ଧି ସେଥିରେ ଝୁଲିପଡ଼ି ଆତ୍ମହତ୍ୟା କରିଥିବା ଖବର ମିଳିଛି । ମାଗୁରବେଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.