ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର : ନିଶା ଛାଡି ନପାରି ବରଗଡ ମହାନ୍ତିପଡାର ନିତେଶ ନାୟକ(୨୪) ଚାପଗ୍ରସ୍ତ ହୋଇ ଶେଷରେ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ସୂଚନା ଅନୁସାରେ ଶାସନ ଥାନା ମାଝୀପାଲି ସ୍ଥିତ ନିଶ୍ଚିତ ନିବାରଣ କେନ୍ଦ୍ରରେ ନିଶା ଛାଡିବା ପାଇଁ ନିତେଶ କିଛିଦିନ ହେବ ରହୁଥିଲେ । ସୋମବାର ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ । ଏହା ଦେଖିବା ପରେ କେନ୍ଦ୍ର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

Leave A Reply

Your email address will not be published.