
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶାନ୍ତିପଡ଼ାର ସରକାରୀ କଂଟ୍ରୋଲ୍ ସାମଗ୍ରୀ ବଂଟନ କେନ୍ଦ୍ର ଗଳି ସ୍ଥିତ ଅବସରପ୍ରାପ୍ତ ଛତ୍ରିଆ ଅମିନ୍ଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ଯୁବକ ଆଜି ସଂଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବକ ଜଣକ ସୋନପୁର ଜିଲ୍ଲାର ଉଲୁଣ୍ଡା ଅଂଚଳର ରମଣୀକାନ୍ତ କ୍ଷେତୀ ଓ ସେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ +୩ ବାଣିଜ୍ୟ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ ବୋଲି ଜଣାପଡ଼ିଛି । ତେବେ ସୂଚନା ପାଇ ବଲାଙ୍ଗିର ଏସ୍ଡିପିଓ ତୋଫାନ ବାଗଙ୍କ ସମେତ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
