jayashree

ପାରିବାରିକ କଳହକୁ କେନ୍ଦ୍ର କରି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାରିବାରିକ କଳହକୁ କେନ୍ଦ୍ର କରି ମହୁଲ ଗଛରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡାର ସଞ୍ଜୟ ବିଶି ମାଝୀ । ଘଟଣାରୁ ପ୍ରକାଶ ଯେ, ସଞ୍ଜୟଙ୍କ ଘରେ ପ୍ରତ୍ୟେକ ଦିନ ପାରିବାରିକ କଳହ ଚାଲିଥିଲା । କିନ୍ତୁ ଗତକାଲି ମଧ୍ୟ ପ୍ରତ୍ୟେକ ଦିନ ଭଳି କଳହ ଅତ୍ୟଧିକ ହୋଇଥିବାରୁ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମର କରଡାକାଣ୍ଡ ଜଙ୍ଗଲରେ ଥିବା ଏକ ମହୁଲ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ବୁଧବାର ସକାଳୁ ଗ୍ରାମ ଲୋକ ପାଖ ନଦୀକୁ ଗାଧୋଇବାକୁ ଆସୁଥିବା ବେଳେ ମହୁଲ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପୁଲିସ କୁ ଖବର୍ ଦେଇଥିଲେ । ଫୁଲବାଣୀ ଟାଉନ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ କରିବାକୁ ସଦର ମହକୁମା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ।

Leave A Reply

Your email address will not be published.