ଟ୍ରେନରେ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା କୁତମୁଣ୍ଡା ଗାଁର ଜୟନ୍ତ ପୁଟେଲ ନାମକ ଜଣେ ଯୁବକ ବଲାଙ୍ଗିର ବେହେରାପାଲିଠାରେ ରେଲୱେ ଫାଟକ ନିକଟରେ ଇସ୍ପାତ ଟ୍ରେନ ଆଗକୁ ଡେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ରେଲଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବକୁ ରେଲୱେ ପୋଲିସ ଉଦ୍ଧାର କରି ପୋଷ୍ଟ ମୋର୍ଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଗତ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିବା ଜଣାପଡିଛି । କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ । ଜି.ଆର.ପି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.