ନିଖୋଜ ଯୁବକଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର କଲା ପୁଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କୁଣ୍ଡାପୁଟ ଗ୍ରାମର ଜୈନେକ ଯୁବକ ନିଖୋଜ ହୋଇଯାଇଥିବା ବେଳେ ତାଙ୍କ ମୃତଦେହ ଗୋଖରକୁଦା ଗ୍ରାମ ନିକଟସ୍ଥ ଏକ ଝାଉଁ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ କୁଣ୍ଡାପୁଟ ଗ୍ରାମର ସୋମନାଥ ରେଡି(୨୨) ଗତ ୧୪ ତାରିଖରୁ ନିଖୋଜ ହୋଇ ଯାଇଥିଲେ । ଏ ନେଇ ପରିବାର ବର୍ଗ ବହୁ ଖୋଜାଖୋଜି କରିବା ପରେ ପୋଲିସ ଠାରେ ଯୁବକ ଜଣଙ୍କ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ଶନିବାର ନିକଟସ୍ଥ ଜଙ୍ଗଲର ଏକ ଝାଉଁ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇ ପୋଲିସ ଶବ ଜବତ କରିବା ସହ ୮/୨୦୨୨ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଛି । ଜବତ ମୃତଦେହକୁ ପରିବାର ବର୍ଗ ଚିହ୍ନଟ କରିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.