ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ଥାନା ଗୋଡତୋଲ ଗ୍ରାମର ଜଣେ ଯୁବକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗୋଡତୋଲ ଗ୍ରାମର ଖୋଲବେହେରା ମାଝୀଙ୍କ ପୁଅ ଇଶ୍ୱର ମାଝୀ(୪୫) କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି । ଗ୍ରାମର କିଛି ଲୋକ ଦେଖିବା ପରେ ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଏଥିସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏସ୍‌ଆଇ ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.