om academy

ଦମ୍ପତିଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

jsm

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ନିକଟ ଝଗଡପାଡି ଗାଁରେ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଖବର ମିଳିଛି । ମୃତକମାନେ ବାପୁନ ପତି ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି । ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟ ଝଗଡପାଡି ଗାଁର ବାପୁନ ପତି ଓ ତାଙ୍କ ସ୍ତ୍ରୀ କୌଣସି କାରଣକୁ ନେଇ ଉଭୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.