ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆତ୍ମ ବିଶ୍ୱାସ, ଆତ୍ମ ନିର୍ଭରତା, ଆତ୍ମବଳ ଦ୍ଵାରା ସବୁ ସମ୍ଭବ ଅଟେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଇଣ୍ଡିଆନ୍ ବିୟୁଟି ଏସୋସିଏସନ୍ ଦ୍ଵାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ । ବରଗଡ଼ ମିଳନ ମଣ୍ଡପଠାରେ ଆୟୋଜିତ ଶିବିରରେ ସାଂସଦ କରିଥିଲେ ଯେ, ଆତ୍ମ ନିର୍ଭର ଭାରତ ଗଢ଼ିବା ପାଇଁ ଆମକୁ ଲୋକାଲ ହେବା ଆବଶ୍ୟକ । ଭାରତକୁ ଏକ ଆତ୍ମ ନିର୍ଭରଶୀଳ ଅର୍ଥନୀତି ଗଠନ କରିବାରେ ଆମ ଯୁବ ଏବଂ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତିକରଣ କରିବାକୁ ଅତ୍ୟାଧୁନିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ସାଂସଦ ସୁରେଶ ପୂଜାରୀ କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏସୋସିଏସନ୍ ସଭାନେତ୍ରୀ ମିନତି ସାହୁ ସଭାକୁ ପରିଚାଳନା କରିଥିଲେ ।