oum

ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୨ ଗିରଫ : ଦୁଇ ଫେରାର

jsm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କିଛି ଦିନ ହେବ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏବେ ପୋଲିସର ସକ୍ରିୟତା ସାଧାରଣ ଲୋକଙ୍କ ମଧ୍ୟରେ ଆସ୍ୱସ୍ତି ଆଣିଛି । ଗତ ଦିନରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ ବାସିନ୍ଦା । ଚିନ୍ତାରେ ପଡିଥିଲେ ପୋଲିସ ପ୍ରଶାସନ । ଶେଷରେ ତଦନ୍ତକାରୀ ଟିମକୁ ମିଳିଛି ବଡ ସଫଳତା । ଏଟିଏମ୍ ଲୁଟେରା ଗ୍ୟାଙ୍ଗ ସମେତ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ସୂଚନା ଅନୁସାରେ ବରଗଡ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଟିଏମ୍ ଲୁଟେରାଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ଦୁଇଟି ସ୍ୱତନ୍ତ୍ର ଟିମ୍ । ଆଜି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଛତାପଥର ଛକ ନିକଟରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଅନ୍ୟପଟେ ଦୁଇ ଲୁଟେରା ଘଟଣାସ୍ଥଳରୁ ଖସି ପଳାଇଥିଲେ । ଗିରଫ ଲୁଟେରାଙ୍କଠାରୁ ଉତ୍ତରପ୍ରଦେଶର ନମ୍ବର ଥିବା ଏକ ଚାରିଚକିଆ ଗାଡି, ନଗଦ ଲକ୍ଷେ ୨୦ ହଜାର ଟଙ୍କା, ୩ଟି ମୋବାଇଲ, ଗୋଟିଏ ଭୂଜାଲି, ଗୋଟିଏ ଛୁରୀ ଓ ଏଟିଏମ୍ ଭଙ୍ଗାରୁଜା ପାଇଁ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବରପାଲି ଥାନାରେ ମାମଲା ରହିଛି । ତେବେ ଖାଲି ବରଗଡ ନୁହେଁ ବରଂ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଲୁଟେରାମାନେ ଏଟିଏମ୍ ଲୁଟ୍ କରିଥିବା ଆରକ୍ଷୀ ଅଧିକ୍ଷକ ରାହୁଲ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.