ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ସନ୍ଧ୍ୟାରେ ଛତ୍ରପୁର ନିକଟସ୍ଥ ପର୍ଯ୍ୟଟନସ୍ଥଳ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀପୀଠରେ ଆୟୋଜିତ ଡିଜିଟାଲ ମିଡ଼ିଆ ପ୍ରତିନିଧି, ସୃଷ୍ଟିକାରକଗଣଙ୍କ ସମାବେଶରେ ଯୋଗଦେଇଥିବା ବରେଣ୍ୟ ଅତିଥିଙ୍କୁ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ଅତିଥି ପ୍ରାକ୍ତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଅର୍ଗସ ଡିଜିଟାଲ ଚ୍ୟାନେଲର ଏଡ଼ିଟର ସଂଗ୍ରାମ କେଶରୀ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାମଚଣ୍ଡୀ ପୀଠକୁ ଏକ ପ୍ରଧାନ ଶାକ୍ତଧର୍ମର ପୀଠ ତୀର୍ଥସ୍ଥଳ ରୂପେ ପରିଗଣିତ କରାଯିବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିଥି ଦେବ ପ୍ରକାଶ କରିଛନ୍ତି । ମା’ ରାମଚଣ୍ଡୀପୀଠକୁ ଓଡ଼ିଶା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ନିମନ୍ତେ ସମସ୍ତେ ବଦ୍ଧପରିକର ହୋଇଛନ୍ତି । ଋଷିକୁଲ୍ୟା ନଦୀ ସହ ରାମଚଣ୍ଡୀ ପୀଠକୁ ଭାରତ ବର୍ଷରେ ପ୍ରସିଦ୍ଧ ସ୍ଥାନରେ ପ୍ରତିଷ୍ଠିତ କରାଯିବା ସାଂଗକୁ ଏହି ପରିସରରେ ପ୍ଲାଷ୍ଟିକମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ମଧ୍ୟରେ ସବୁଜ ବନାନୀ ରୂପେ ଗଢ଼ି ତୋଳା ଯିବ ବୋଲି ବଜ୍ର ଶପଥ ନିଆଯାଇଛି । ରାମଚଣ୍ଡୀ ପୂଜା କମିଟିର ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ସଂଯୋଜକ କମଲ କୁମାର୍ ପଣ୍ଡା, ସହ ସଂଯୋଜକ ତୁଷାର କାନ୍ତ ଶତପଥୀ, ସୋନାଲି ଶତପଥୀ, ପୂଜା କମିଟିର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ ସ୍ୱାମୀ ପ୍ରମୁଖ ଏହି କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି ।