ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା କାଲିଠାରୁ ଦୁଇଦିନ ଆରମ୍ଭ ହେବାକୁ ଯାଉଛି ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ । ପ୍ରଥମେ ସକାଳ ୭.୩୦ରେ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଜିଲ୍ଲା କ୍ରୀଡ଼ା ସଙ୍ଘ ଓ ଖେଳାଳୀଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଗାନ୍ଧୀ ପଡିଆକୁ ୯.୩୦ ରେ ପହଞ୍ଚିବା ପରେ କ୍ରୀଡା ସଂଘ ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏହାକୁ ଉଦଘାଟନ କରିବେ ଏବଂ ଖେଳ ୧୦.୩୦ ରେ ଆରମ୍ଭ ହେବ । ଏ ନେଇ ଗଣମାଧ୍ୟମ ଜରିଆରେ ସବିଶେଷ ସୂଚନା ଦେଇଛନ୍ତି ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପୀୟୁଷ କୁମାର ପଣ୍ଡା । ଏହି ବାର୍ଷିକ କ୍ରୀଡା ଉତ୍ସବ ଡିସେମ୍ବର ୧୩ ଓ ୧୪ ଦୁଇଦିନ ବ୍ୟାପୀ ହେବାକୁ ଥିବାବେଳେ ବାଳକ ଓ ପୁରୁଷ ଖେଳାଳି ୪୪୯ ଜଣ ଅଂଶଗ୍ରହଣ କରିବାକୁ ଥିବାବେଳେ, ବାଳିକା ଓ ମହିଳା ଖେଳାଳି ୩୦୪ ଜଣ ଅଂଶଗ୍ରହଣ କରିବେ । ସର୍ବମୋଟ ୭୬୫ ଜଣ ଖେଳାଳି ଏହି ବାର୍ଷିକ କ୍ରୀଡାରେ ନାମ ପଞ୍ଜିକରଣ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପୀୟୁଷ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ, କାର୍ଯ୍ୟକାରିଣୀ ସଦସ୍ୟ ବି.ସତ୍ୟ ନାରାୟଣ ରାଓ, ଦିଲ୍ଲୀପ ଗୁରୁ, କମଳାକାନ୍ତ ସାହୁ, କ୍ରୀଡ଼ା ସଂଘ କୋଷାଧ୍ୟକ୍ଷ ସୁବାଷ ବିଶ୍ୱାଳ, କୋଚ କଲିମ୍ ମହମ୍ମଦ, ସଦସ୍ୟ ସୁଦର୍ଶନ ପଣ୍ଡା, ବିକାଶ ପଣ୍ଡା, କମଳାକାନ୍ତ ସାହୁ, ସଦା ସାହୁ, ଅନିଲ ସାହୁ, ହୃଷୀକେଶ ପଣ୍ଡା, ଜୟ ନାରାୟଣ ପାଢ଼ୀ, ବୀର ପ୍ରତାପ ଦାଶ, ରାଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଜିଲ୍ଲା କ୍ରୀଡା ସଂଘର ବରିଷ୍ଠ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଗାମ୍ବର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।