ବନ୍ଧୁକଧାରୀ ବିକ୍ରମ ପଣ୍ଡାର ଆତଙ୍କରାଜ୍‌ ଜାରି ରହିଛି : ଘଟଣା ପଛରେ ପ୍ରେମ ବ୍ୟାପାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ବନ୍ଧୁକଧାରୀ ବିକ୍ରମ ପଣ୍ଡାର ଆତଙ୍କରାଜ୍‌ ଜାରି ରହିଛି । ଏବେ ବି ଘର ଭିତରେ ନିଜକୁ ବନ୍ଦ କରି ରଖିଛି ବନ୍ଧୁକଧାରୀ । ବିକ୍ରମର ଏହି କାଣ୍ଡ ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଏହା ପଛରେ ପ୍ରେମ ବ୍ୟାପାର ରହିଥିବା ନେଇ ଆଲୋଚନା ଜୋର୍‌ ଧରିଛି । ତା’ ସାଙ୍ଗମାନେ ମଧ୍ୟ ଏଭଳି କିଛି ସଙ୍କେତ ଦେଇଥିବା ଜଣାପଡ଼ିଛି । ଏପରିକି ଉଦ୍ଧାର ହୋଇଥିବା ଘର ମାଲିକଙ୍କ ମନ୍ତବ୍ୟରୁ ମଧ୍ୟ ଏହା ପ୍ରେମ ବ୍ୟାପାର ବୋଲି ସଂଦେହ କରାଯାଉଛି ।

ନିଜକୁ ବନ୍ଦ କରି ରଖିଥିବା ବନ୍ଧୁକଧାରୀ ବିକ୍ରମ କାହାର କଥା ବି ସେ ଶୁଣିବାକୁ ନାରାଜ୍‌ । ସବୁ ବୁଝାସୁଝା ଫେଲ୍‌ ମାରିଛି । ରାସ୍ତା ଉପରେ ଗଦାଏ ଲୋକ, ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍‌ ଦଳ । ମା’, ସାଙ୍ଗ, ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍‌ ସମସ୍ତେ ଆଲୋଚନା କରି ସାରିଥିଲେ ବି କେଉଁ କଥାରେ ବି ପଡ଼ୁନାହିିଁ ବିକ୍ରମ । ସବୁଠାରୁ ବଡ଼ କଥା ହେଲା, ବଲାଙ୍ଗିର ଏସ୍‌ପି ମଧ୍ୟ ବିକ୍ରମ ସହ କଥା ହୋଇ ସାରିହେଲଣି, ତଥାପି ସେ ବାହାରକୁ ବାହାରୁନାହିିଁ । ବିକ୍ରମ ଏକ ଦେଶୀ ବନ୍ଧୁକ ଧରିଛି ଓ ତା’ପାଖକୁ କେହି ଗଲେ, ସେ ନିଜକୁ ନିଜେ ଗୁଳି କରି ଦେବ ବୋଲି କହି ସମସ୍ତଙ୍କୁ ଭୟଭୀତ କରି ରଖିଛି । ତଥାପି ଅକ୍ଷତ ଅବସ୍ଥାରେ ବିକ୍ରମକୁ ଉଦ୍ଧାର କରିବା ପାଇଁ ପୁଲିସ୍‌ ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.