ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧୀନ ବଡ଼ବାଙ୍କି ପଂଚାୟତର ଜାମକି ଗାଁରେ ହାତୀ ଆତଙ୍କ ପୁନର୍ବାର ଦେଖାଦେଇଛି । ୮. ୧୨.୨୦୨୫ ରାତିରେ ଗାଁ ଭିତରକୁ ପ୍ରବେଶ କରିଥିବା ହାତୀ ଗୋଟିଏ ବଳଦକୁ ମାରିଦେଇଥିବା ସୂଚନା ମିଳିଛି । ଗାଁ ଘରେ ପଶି ଧାନ, କପା ଖାଇ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟମାନେ କହିଛନ୍ତି, ରାତି ପ୍ରାୟ ୧୧ଟା ଉପରେ ହାତୀ ଗାଁରେ ପ୍ରବେଶ କରି ଘର ସମ୍ମୁଖରେ ବାନ୍ଧି ରଖାଯାଇଥିବା ବଳଦକୁ ଆକ୍ରମଣ କରି ହତ୍ୟା କରିଦେଇଥିଲା । ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟଙ୍କର ଆତଙ୍କ ସୃଷ୍ଟି ହୋଇଛି । ଘଟଣାସ୍ଥଳକୁ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ପରିସ୍ଥିତି ଅବଲୋକନ କରିଛନ୍ତି । ସ୍ଥାନୀୟ ଲୋକମାନେ ରାତିରେ ହାତୀ ଚଳାଚଳକୁ ନଜରରେ ରଖିବା ପାଇଁ ବନ ବିଭାଗକୁ ପହରା ବ୍ୟବସ୍ଥା କରିବା ଦାବି କରିଛନ୍ତି ।
Prev Post