jayashree

ନୂଆପଡାରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳବାସୀ ଏବେ ବାଘ ଆତଙ୍କରେ ଥରହର ହେଉଛନ୍ତି । ଅଭୟାରଣ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ଗୋଟିଏ ବାଘୁଣୀ କ୍ରମାଗତ ଭାବେ ଜନବସତି ଉପରେ ଆକ୍ରମଣ କରୁଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଉତ୍ତର ପଟେ ନୂଆପଡ଼ା ବନାଞ୍ଚଳରେ ଏକ ବାଘୁଣୀ ନିଜ ଶାବକ ସହିତ ବୁଲୁଥିବା ବେଳେ ଅଭୟାରଣ୍ୟର ମଧ୍ୟ ପଶ୍ଚିମ ଭାଗରେ କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତରେ ଏକ କଲରାପତରିଆ ବାଘ ମାତିଛି । ଉଭୟ ପଟୁ ବାଘ ଆକ୍ରମଣରେ ଧନଜୀବନ ନଷ୍ଟ ଯୋଗୁଁ ଲୋକେ ଭୟଭୀତ ହୋଇରହିଛନ୍ତି । ସୁନାବେଡ଼ା ଅଭୟାରଣ୍ୟର ଗ୍ରାମାଞ୍ଚଳରେ ଏବେ ଦିନବେଳା ମଧ୍ୟ ତାଟିକବାଟ ବନ୍ଦ କରି ରହିବା ଭଳି ସ୍ଥିତି ଉପୁଜିଛି ।

ଗତ ୧୯ ତାରିଖ ରାତିରେ ଅଭୟାରଣ୍ୟର କୋମନା ବ୍ଲକ ଅନ୍ତର୍ଗତ ଜଳମଡ଼ାଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ଘର ପଛପଟୁ ଟାଣିନେଇ ଖାଇଯାଇଥିଲା । ଏହି ଭୟ ଲୋକଙ୍କ ମନରୁ ଲିଭି ନାହିଁ । ଆଜି ନୂଆପଡ଼ା ବ୍ଲକ ତରିଆମହୁଆଭଟା ଗାଁରେ ମୁଷରଙ୍ଗୀ ଜଙ୍ଗଲରୁ ଚାଲିଆସିଥିବା ବାଘୁଣୀ ଆତଙ୍କ ଖେଳାଇ ରଖିଛି । ବାଘୁଣୀ ତରିଆମହୁଆଭଟା ଗାଁରୁ ଏକ ବାଛୁରୀକୁ ଟାଣି ନେଇଥିବା ଜଣାପଡିଛି ।

Leave A Reply

Your email address will not be published.