oom

ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ମୂଲ୍ୟବାନ ଜିନିଷ ବ୍ୟାଗ ହଜିବା ନେଇ ଥାନାରେ ଏତଲା

jsmm

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ଗତକାଲି ଘରୁ ବାହାରି ବଜାରକୁ ଯିବା ସମୟରେ ବାଇକରେ ଥିବା ବ୍ୟାଗରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ ମୂଲ୍ୟବାନ ଜିନିଷ ପତ୍ର ହଜିଯିବାର ନେଇ କଣାସ ଥାନାରେ ଅଭିଯୋଗ ହୋଇଛି । ଯାହା ସୂଚନା ରହିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଦୋକନ୍ଦା ଗ୍ରାମର ପ୍ରଭାତ କୁମାର ସାଥୁଆ ନାମକ ଜୈନିକ ଵ୍ୟକ୍ତି ନିଜ ଘରୁ ବାହାରି କଣାସ ବଜାରକୁ ନିଜର ବାଇକ ସାହାଯ୍ୟରେ ଯିବା ସମୟରେ ବାଇକରେ ଥିବା ବ୍ୟାଗରେ କିଛି ଗୁରତପୂର୍ଣ୍ଣ କାଗଜପତ୍ର ସହ କିଛି ମୂଲ୍ୟବାନ ଜିନିଷ ପତ୍ର ଥିବା ବ୍ୟାଗ ଟି କେଉଁଠି ଖସି ଯିବାର ପ୍ରଭାତ କହିଛନ୍ତି । ଏନେଇ ପ୍ରଭାତ କୁମାର ସାଥୁଆ ବ୍ୟାଗ କେଉଁଆଡ଼େ ଖସି ଯିବାର ସମ୍ପର୍କରେ କଣାସ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । କିପରି ମୂଲ୍ୟବାନ ବ୍ୟାଗ ଟି ମିଳିଯିବ ସେଥିପାଇଁ ପ୍ରଭାତ କୁମାର ସାଥୁଆ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.