ଅଟଳ ପଣ୍ଡା ଜୟନ୍ତୀ ଅବସରରେ କାଳି ପ୍ରସାଦ ଷଡଙ୍ଗୀଙ୍କୁ ଅଟଳ ସମ୍ମାନରେ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଜ୍ୟୋତ କଳା କେନ୍ଦ୍ର ଓ ଅଟଳ ପଣ୍ଡା ସ୍ମୃତି କମିଟି ଦ୍ୱାରା ଆୟୋଜିତ ଅଟଳ ଜୟନ୍ତି ସମାରୋହ ସ୍ଥାନିୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ବଲାଙ୍ଗିରଠାରେ ସଭାପତି ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ବରିଷ୍ଠ ସଙ୍ଗୀତ ସାଧକ କାଳୀ ପ୍ରସାଦ ଷଡଙ୍ଗୀଙ୍କୁ ‘ଅଟଳ ସମ୍ମାନ’ ପ୍ରଦାନ କରାଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ମନୋଜ କୁମାର ପୂଜାରୀ, ବରେଣ୍ୟ ଅତିଥି ଭାବରେ ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ ଓ ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଶାଶ୍ୱତ କୁମାର ତ୍ରିପାଠୀ ଯୋଗଦେଇଥିଲେ । ସଂପାଦିକା ସଙ୍ଗୀତା ଦାଶ ସ୍ୱାଗତ ଭାଷଣ ସହିତ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ । ସମାରୋହରେ ସ୍ୱର୍ଗତ ଅଟଳ ପଣ୍ଡାଙ୍କର ସ୍ମୃତିଚାରଣ ସହିତ କଳା ଜଗତକୁ ତାଙ୍କର ହୃଦୟସ୍ପର୍ଶୀ ଅଭିନୟ ବିଷୟରେ ମଧ୍ୟ ଅବଦାନକୁ ମନେ ପକାଯାଇଥିଲା । ସଭାରେ ଅତିଥି ଗୁରୁଶ୍ରୀ ଡଃ. ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂଜ୍ୟୋତ କଳା କେନ୍ଦ୍ରର ସଭାପତି ବ୍ୟାସଦେବ ପୁରୋହିତ, କାର୍ଯ୍ୟକାରୀ ସଭାପତି କପିଳେଶ୍ୱର ଖମାରୀ, ସୌମ୍ୟରଞ୍ଜନ ପୂଜାରୀ, ମୁରଳୀଧାରୀ ପତି ପ୍ରଭାକର ମିଶ୍ର, ରାମ ପ୍ରସାଦ ଦାସ, ମଳୟ ତ୍ରିପାଠୀ, ସୋମନାଥ ମିଶ୍ର, ଲୋଟସ ଷଡଙ୍ଗୀ, ଆକାଶ ମାହନା, ସନ୍ତୋଷ ହୋତା, ରୋଜସ୍ମିତା ହୋତା, ବାଳକୃଷ୍ଣ ସାହୁ, ବିରେନ୍ଦ୍ର ଝାଙ୍କର, ନବଘନ ଦାସ, ଲଳିତ ପୂଜାରୀ, ବିନୋଦ କାଲସାଏ, ସୁରେନ୍ଦ୍ର ସାବତ, ଗୋବିନ୍ଦ ଶତପଥୀ, ପ୍ରକାଶ ଚନ୍ଦ୍ର ଥନାପତି ଓ ସ୍ୱର୍ଗତ ଅଟଳ ପଣ୍ଡାଙ୍କ ପରିବାର ଦୁଖିଶ୍ୟାମ ତ୍ରିପାଠୀ, ବିଭୂତି ଭୂଷଣ ପାଣିଗ୍ରାହୀ, ଯଞ୍ଜେଶ୍ୱର ପୂଜାରୀ ଓ ତାଙ୍କର ପରିବାର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ । ସମାରୋହରେ ନାଟ୍ୟଭୂଷଣ ଜଗଦାନନ୍ଦଙ୍କ ଜନ୍ମ ଦିନ ମଧ୍ୟ ପାଳନ କରାଗଲା । ମଧୁସୁଦନ ନାୟକ ସଭା ପରିଚାଳନା କରିଥିଲେ ଏବଂ ସୋମନାଥ ମିଶ୍ର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.