ଭବାନୀପାଟଣାରେ ସେକ୍ସ ରାକେଟ : ଦୁଇ ଯୁବତୀ ଅଟକ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ନଜର ରଖିଥିଲା । ରବିବାର ବିଳମ୍ବିତ ରାତିରେ ଭବାନୀପାଟଣା ସଦର ଥାନା ଏବଂ ଟାଉନ ଥାନା ପୋଲିସର ମିଳିତ ଅପରେସନ୍‌ରେ ସେକ୍ସ୍ ରାକେଟ ଚାଲିଥିବା ସ୍ଥାନରେ ଚଢାଉ କରି ଦୁଇଜଣ ଯୁବତୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଚଢ଼ାଉ ସମୟରେ ଏକ ଭଡାଘରୁ ୨ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବାବେଳେ ୩ରୁ ଅଧିକ ଗ୍ରାହକ ଫେରାର ମାରିବାରେ ସଫଳ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା ସହର ଠାରୁ ମାତ୍ର ୨ କିମି ଦୂରରେ ଥିବା ସିର୍ଲିଗୁଡ଼ା ଗାଁରେ କିଛି ଦିନ ହେବ ସେକ୍ସ୍ ରାକେଟ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ରବିବାର ବିଳମ୍ବିତ ରାତିରେ ସଦର ଥାନା ଓ ଟାଉନ ଥାନା ପୋଲିସ ମିଳିତ ଭାବରେ ସିର୍ଲିଗୁଡ଼ାର ଏକ ଭଡା ଘରେ ଚଢ଼ାଉ କରିଥିଲା । ସେହି ଭଡା ଘରୁ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଭବାନୀପାଟଣା ପୋଲିସ । ପୋଲିସକୁ ଦେଖି ୩ରୁ ଅଧିକ ଗ୍ରାହକ ଫେରାର ମାରିବାରେ ସଫଳ ହୋଇଥିବା ବେଳେ, ସେହି ଘରୁ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି । ଉଦ୍ଧାର ୨ ଯୁବତୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । ଉଦ୍ଧାର ୨ ଯୁବତୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଓ ନୟାଗଡ଼ ଜିଲ୍ଲା ବୋଲି ସୂଚନା ମିଳିଛି । ସେପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ, ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସେକ୍ସ୍ ରାକେଟ ଉପରେ ଚଢାଉ କରିବା ପରେ ଏବେ ଦଲାଲ ମାନେ ଗାଁମୁହାଁ ହୋଇ ସେକ୍ସ କାରବାର ଚଳାଉଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.