
ସେପ୍ଟିକ୍ ଟ୍ୟାଙ୍କ୍ରୁ ଗ୍ୟାସ୍ ଲିକ୍ ହୋଇ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଦନ୍ତ ଆରମ୍ଭ

କିଶନଗିରି : ତାମିଲନାଡୁର ହୋସୁର ଜିଲାରେ ଗ୍ୟାସ୍ ଲିକ୍ ଯୋଗୁ ଏକ କର୍ପୋରେଶନ ମିଡିଲ୍ ସ୍କୁଲ୍ର ପ୍ରାୟ ୧୦୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି । ସ୍କୁଲ୍ ପରିସରରେ ଥିବା ସେପ୍ଟିକ୍ ଟ୍ୟାଙ୍କ୍ରୁ ଗ୍ୟାସ୍ ଲିକ୍ ହେବାରୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲାପାଳ ଭି. ଜୟା ଚନ୍ଦ୍ରଭାନୁ ରେଡ୍ଡୀ ସମ୍ପୃକ୍ତ ସ୍କୁଲ୍ ଓ ହୋସୁର ସରକାରୀ ହସ୍ପିଟାଲକୁ ଯାଇ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହୋସୁର କର୍ପୋରେଶନ ଏବଂ ସ୍କୁଲ୍ ଶିକ୍ଷା ବିଭାଗର ଅଧିକାରୀମାନେ ସ୍କୁଲ୍ରେ ପହଞ୍ଚି ଗ୍ୟାସ୍ ଲିକ୍ର କାରଣ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।