ସରକାରୀ ଡାକ୍ତରଖାନା ପରିସରରେ ଗଛ ପଡିବା ଯୋଗୁଁ ଯିବା ଆସିବାରେ ଅସୁବିଧା : ସାଧାରଣରେ ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନାର ୨ ଟି ଗେଟ ରହିଥିବା ବେଳେ କିଛି ଦିନ ପୂର୍ବେ ବର୍ଷା ଯୋଗୁଁ ୧ ବଡ଼ ଗଛ ଭାଙ୍ଗି ଆହାର କେନ୍ଦ୍ର ସମ୍ମୁଖରେ ଥିବା ଗେଟ ପାଖରେ ପଡ଼ି ଯାଇଥିଲା । ଗଛକୁ କାଟି ଭିତର ପଟେ ରଖାଯାଇ ଥିବା ବେଳେ ଆଜି ଯାଏଁ ସଫା କରାଯାଇନି । ଯାହାଦ୍ୱାରା ଗୋଟିଏ ପଟରୁ ଆମ୍ବୁଲାନ୍ସ ତଥା ଯାନବାହାନ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପଟରୁ ପ୍ରବେଶ କରି ଅନ୍ୟ ପଟେ ବାହାରିଲେ ଭିତରେ ଗହଳି ହୁଅନ୍ତାନି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଯଥା ଶୀଘ୍ର ଏ ଦିଗରେ ଏସ୍‌ଡିଏମ୍‌ଓ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.