om academy

ବାଉଁଶୁଣିରେ ଡାକ୍ତର ମରୁଡି : ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

jsm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ ସୋନପୁର, ମନମୁଣ୍ଡା କିମ୍ବା ବୌଦ୍ଧ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ କେବଳ ଜଣେ ଡାକ୍ତରରେ ଚାଲିଛି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ୧୨ ଗୋଟି ଗ୍ରାମ ପଂଚାୟତର ଜନସାଧାରଣ ଏ ଡାକ୍ତରଖାନା ଉପରେ ନିର୍ଭର କରିଥାଆନ୍ତି । ପ୍ରତିଦିନ ଶତାଧିକ ରୋଗୀ ଡାକ୍ତରଖାନା ଆସୁଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରତିଦିନ ଜାତୀୟ ରାଜପଥ ନମ୍ବର୍‌ ୫୭ରେ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣା ଘଟି ଆହତମାନେ ମଧ୍ୟ ଜରୁରୀ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ହିଁ ଡାକ୍ତର ଅଛନ୍ତି ବୋଲି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇ ଆସୁଥିଲା ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ସେଥିପାଇଁ ତୁରନ୍ତ ଖାଲିଥିବା ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ପଦବୀ ତୁରନ୍ତ ପୂରଣ ଦିଗରେ ପଦକ୍ଷେପ ନେବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.