jayashree

ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ହେବାର ୬ ଦିନ ପରେ ଘରକୁ ଯିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ : କାରଣ ଅସ୍ପଷ୍ଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତର ୨୪ ବର୍ଷୀୟ ବିନୋଦିନୀ ଛତର ଟିଟିଲାଗଡ ପିପଲପଦର ସ୍ଥିତ ମାତୃ ଶିଶୁ ହସ୍ପିଟାଲକୁ ଫେବୃଆରୀ ୨ ତାରିଖ ଦିନ ଆସି ଭର୍ତ୍ତି ହୋଇଥିଲେ । ୩ ତାରିଖ ଦିନ ବିନୋଦିନୀ ଏକ ମୃତ ଶିଶୁ ଜନ୍ମ କରିଥିଲେ । ତା’ପରେ ତାଙ୍କୁ ୬ ଦିନ ବ୍ୟାପୀ ଦୈନନ୍ଦିନ ଚିକିତ୍ସା ପ୍ରଦାନ କରାଯାଇଥିଲା । ଗୁରୁବାର ଅର୍ଥାତ ଆଜି ସକାଳେ ଡିସ୍‌ଚାର୍ଜ ହେବାର ଥିଲା । ପାହାନ୍ତିଆ ସାଢେ ପାଞ୍ଚଟା ସମୟରେ ସବୁ ଦିନ ଭଳି ଷ୍ଟାଫ୍‌ ଇଞ୍ଜେକସନ ଦେବାର ପାଞ୍ଚ ମିନିଟ୍‌ ପରେ ବିନୋଦିନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କର ସ୍ଵାମୀ ବିମଳ ଛତର । ଏ ବିଷୟରେ ଅବଗତ ହେବା ପରେ ସରପଞ୍ଚ ବୀରବର ସାହୁ ମଧ୍ୟ ଆସି ପୀଡ଼ିତ ପରିବାରକୁ ସମବେଦନା ଜଣାଇବା ସହ ମୃତ୍ୟୁ କିପରି ହେଲା ତାହାର ତଦନ୍ତ ହେଉ ବୋଲି ଦାବୀ କରିଛନ୍ତି । ଖବର ପାଇ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ଅବନୀ ସାହୁ ଏବଂ ପୋଲିସ ଦଳ ଆସି ପୀଡ଼ିତ ପରିବାର ସହ କଥା ବାର୍ତ୍ତା ହୋଇ ବୁଝାସୁଝା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.