
ବେଲପଡା, (କେପିଏନ୍ଏସ୍) : ବେଲପଡା ବ୍ଲକ କାନୁଟ ଗ୍ରାମର ପଣ୍ଡିତ ଅଜିତ କରଙ୍କୁ କାଶୀ(ବାରାଣାସୀ)ର ବିଦ୍ୟାନଗରୀଠାରେ ରବିବାର ଭେଦିକ ସରଇନ୍ସ ପକ୍ଷରୁ ଡକ୍ଟର ଅଫ୍ ଆଷ୍ଟ୍ରୋଲୋଜି ସମ୍ମାନରେ ସମ୍ମାନିତ କରାଯାଇଛି । ସେଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜ୍ୟୋତିଷ ସମ୍ମିଳନୀରେ ଜ୍ୟୋତିଷ ବିଦ୍ୟାରେ ଡକ୍ଟରେଟ ପଦବି ସହ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ଜ୍ୟୋତିର୍ବିଦ ଅଜିତ କର ହେଉଛନ୍ତି କାନୁଟ ଗ୍ରାମର ପଣ୍ଡିତ ଦିଗମ୍ବର କରଙ୍କ ପୁତ୍ର ଓ ଦୀନବନ୍ଧୁ କରଙ୍କ ନାତି ।