ଅସ୍ତି ବିସର୍ଜନକୁ ନେଇ ତୁମୂଳ କାଣ୍ଡ : ୩ ବାପ ପୁଅଙ୍କୁ ବାନ୍ଧିଲା ପୁଇଁନ୍ତଲା ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟିକ୍ରାପଡ଼ାଠାରେ ଅସ୍ତି ବିସର୍ଜନକୁ ନେଇ ଏକ ତୁମୂଳ କାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୩ ଜଣ ବାପ ପୁଅଙ୍କୁ ଗିରଫ କରିଛି ପୁଇଁନ୍ତଲା ଥାନା ପୋଲିସ । ଗିରଫ ୩ ଜଣ ହେଲେ ପୁଇଁନ୍ତଲା ଥାନା ଅନ୍ତର୍ଗତ ବନ୍ଧପଡ଼ା ଅଂଚଳର ଶ୍ରୀମନ୍ତ ଅମାତ ଓ ତାଙ୍କ ଦୁଇ ପୁଅ ମୁନୁ ଅମାତ ଓ ରାଜା ଅମାତ । ସୂଚନା ଅନୁସାରେ ଶ୍ରୀମନ୍ତ ଅମାତ ପୁଇଁନ୍ତଲା ଥାନା ବନ୍ଧପଡ଼ାର ହୋଇଥିବା ବେଳେ ତାଙ୍କ ଭଉଣୀ ସନ୍ତୋଷିନୀ କର୍ମୀ ବଲାଙ୍ଗିର ସହରର ଟ୍ରିକାପଡ଼ା ଅଂଚଳରେ ରହୁନ୍ତି । ତେବେ ଶ୍ରୀମନ୍ତଙ୍କ ଭଉଣୀ ସନ୍ତୋଷିନୀ ନିଜ ମା’ଙ୍କ ଅସ୍ତି ବିସର୍ଜନ କରିବା ପାଇଁ ବାହାରକୁ ଯାଇଥିବା ବେଳେ ଆମକୁ ନଜଣାଇ ଆମ ପୂର୍ବ ପୁରୁଷ ସମସ୍ତଙ୍କ ଅସ୍ତିକୁ ସନ୍ତୋଷିନୀ ବିସର୍ଜନ ପାଇଁ ଯାଇଛି ବୋଲି ଖବର ପାଇଁ ଉତ୍ୟକ୍ତ ହୋଇ ଶ୍ରୀମନ୍ତ ଓ ତାଙ୍କ ଦୁଇ ପୁଅ ଟିକ୍ରାପଡ଼ା ସ୍ଥିତ ସନ୍ତୋଷିନୀଙ୍କ ଘରକୁ ଆସି ଘରର ଆସବାବପତ୍ର ଭଙ୍ଗାରୁଜା କରିବା ସହ ଘରେ ଥିବା ୮୦ ହଜାର ଟଙ୍କା ନେଇ ଫେରାର୍‌ ମାରିଥିଲେ । ପରେ ଘଟଣା ସମ୍ପର୍କରେ ସନ୍ତୋଷିନୀ ପୁଇଁନ୍ତଲା ଥାନାରେ ଲିଖିତ ଭାବେ ଅଭିଯୋଗ କଲା ପରେ ଆଜି ପୁଇଁନ୍ତଲା ଥାନା ପୁଲିସ ଶ୍ରୀମନ୍ତ ଓ ତାଙ୍କ ଦୁଇ ପୁଅ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.