oom

କେସିଙ୍ଗା ଲାୟନ୍ସ କ୍ଲବ ତରଫରୁ ଅଗ୍ରସେନ୍ ଭବନଠାରେ ଅସ୍ଥିରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ବର୍ଷ ତମାମ କିଛି ନା କିଛି ସାମାଜିକ ସେବା କରି ଆସିଥାନ୍ତି । ରବିବାର ଦିନ ସ୍ଥାନୀୟ ଅଗ୍ରସେନ ଭବନ ଠାରେ କେସିଙ୍ଗା ଲାୟନ୍ସ କ୍ଲବ ଓ ଛତିଶଗଡର ଏକମାତ୍ର ଅସ୍ଥିରୋଗ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ମିଳିତ ଆନୂକୁଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଖାସ କରି ଅସ୍ଥିରୋଗ ବିଶେଷଜ୍ଞଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଟାରେ ଆରମ୍ଭ ହୋଇ ଦ୍ୱିପହର ୨ଟା ଯାଏଁ ଏହି ଶିବିର ଚାଲିଥିବା ବେଳେ ୧୯୬ ଜଣ ରୋଗୀ ଏହାର ଲାଭ ଉଠାଇଥିଲେ । ଏହି ଶିବିରରେ ଛତିଶଗଡରୁ ସ୍ପୋର୍ଟସ, ମେଡିସିନ, ଟ୍ରମା ଡାଇରେକ୍ଟର ଡ. ପ୍ରବୀଣ ଅଗ୍ରୱାଲ, ଯଏଣ୍ଟ ରିପ୍ଲେଶମେଣ୍ଟ ଓ ଟ୍ରମା ଡାଇରେକ୍ଟର ଡ. ରୋହିତ କନୋଇ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ. ସାରିକା ଅଗ୍ରୱାଲ, ସ୍ପାଇନ ସର୍ଜରୀ ଡାଇରେକ୍ଟର ଡ. ହର୍ସିତ ଗୋଏଙ୍କା ଯୋଗ ଦେଇ ଆସିଥିବା ଲୋକଙ୍କ ପରୀକ୍ଷଣ କରିଥିଲେ । ଆସିଥିବା ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଆଉ ଯେଉଁମାନଙ୍କୁ ଅଧିକ ଚିକିତ୍ସାର ଦରକାର ରହିଛି ସେମାନଙ୍କୁ ଛତିଶଗଡ ହସ୍ପିଟାଲକୁ ଯିବାକୁ କୁହାଯାଉଛି । ସେଠାରେ ସେମାନଙ୍କ ପାଇଁ ୨୫ ପ୍ରତିଶତ ଖର୍ଚ୍ଚ ଛାଡ କରାଯିବ ବୋଲି କେସିଙ୍ଗା ଲାୟନ୍ସ କ୍ଲବ ସଭାପତି ବିଜୟ ଜୈନ କହିଛନ୍ତି । ଏହି ଶିବିରକୁ ପରିଚାଳନା କରିବାରେ କ୍ଲବର ପ୍ରୋଜେକ୍ଟ ଚେୟାର ପର୍ସନ ରୋହିତ ଅଗ୍ରୱାଲ, କୋଷାଧ୍ୟକ୍ଷ ସୁମିତ ଜୈନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.