oom

କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଜାଗରଣ ସମାପନ ସହ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ଗ୍ରାମରେ ଗତ ଏକ ବର୍ଷ ହେଲା ଉଭୟ କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଜାଗରଣ ସହ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଗ୍ରାମର ଭାଗବତ ଟୁଙ୍ଗୀରେ ଶତାଧିକ ମହିଳା ପୂଜା କରି ଆସୁଥିଲେ । ଏଥିରେ ଶାନ୍ତିପଡାର ପୁଜକ ମହାବୀର ବେଦ୍‌ବାକ ପୂଜା କରୁଥିବା ବେଳେ ରାଜେନ୍ଦ୍ର ମିଶ୍ର ଓ ତାଙ୍କ ସହଧର୍ମିଣୀ ଚନ୍ଦ୍ରମା ମିଶ୍ର କର୍ତ୍ତାକର୍ତ୍ତୀ ଦାୟିତ୍ୱ ତୁଳାଇଥିଲେ । ଗତ ଗୁରୁବାର ଚତୁର୍ଦ୍ଦଶୀ ଦିନ ଜାଗରଣ ସମାପନ କରି ଶୁକ୍ରବାର ଦିନ ପୂର୍ଣ୍ଣାହୂତି କରାଯାଇଥିଲା ଓ ଅଷ୍ଟପ୍ରହର ନାମ ଯଜ୍ଞ ଆରମ୍ଭ କରାଯାଇଥିଲା । ଏହି ନାମ ଯଜ୍ଞରେ ବଲାଙ୍ଗିର, କଳାହାଣ୍ଡି, ବରଗଡ ଓ ସମ୍ବଲପୁରର ୧୧ଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ନାମଯଜ୍ଞ ଉଦ୍‌ଯପେିତ ପରେ ବରଗଡ ଜିଲ୍ଲା ଖରମୁଣ୍ଡା ସଂକୀର୍ତ୍ତନ ଦଳ ଓ ସମ୍ବଲପୁର ଜିଲ୍ଲା ଲହଣ୍ଡା ସଂକୀର୍ତ୍ତନ ଦଳ ମଧ୍ୟରେ ବୈଠକି କୀର୍ତ୍ତନ ହୋଇଥିଲା । ଏହି ନାମଯଜ୍ଞରେ ନାରାୟଣ ପ୍ରସାଦ ମିଶ୍ର ଓ ତାଙ୍କ ସହଧର୍ମିଣୀ ତୃପ୍ତିମୟୀ ମିଶ୍ର କର୍ତ୍ତାକର୍ତ୍ତୀ ଥିଲେ । ପ୍ରତ୍ୟେହ ଶତାଧିକ ଲୋକ ଅନ୍ନ ପ୍ରସାଦ ସେବନ କରିଥିଲେ । ନାମଯଜ୍ଞରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି କାର୍ଯ୍ୟକ୍ରମରେ ଡଃ. ଶ୍ରୀକର ମିଶ୍ର, ଡଃ. ପ୍ରମୋଦ କୁମାର ମିଶ, ଶମ୍ଭୁ ପ୍ରସାଦ ନାଏକ, ପ୍ରତାପ କିଶୋର ନାଏକ, ଦିଲିପରାଜ ନାଏକ, ସୁନାଧର ନାଏକ, ବିରଞ୍ଚି ସାଏ, ନନ୍ଦଲାଲ ସାଏ, ରମେଶ ଚନ୍ଦ୍ର ନାଏକ, ଅଶୋକ ପଧାନ, ରାଧାକାନ୍ତ ନାଏକ, ପ୍ରେମାନନ୍ଦ ସାଏ, ଶ୍ରୀବତ୍ସ ଚନ୍ଦନ, ଅଶୋକ ପଟେଲ ଆଦି ନେତୃତ୍ୱ ନେଉଥିବା ବେଳେ ସୁଲୋଚନା ମିଶ୍ର, ଚନ୍ଦ୍ରମା ମିଶ୍ର, ମନୋରମା ମିଶ୍ର, ଧାଇଁ ଭୋଇ, ସୁରଭା ସାଏ, ଯଶୋବନ୍ତୀ ଚଉଲିଆ ଆଦି ସହଯୋଗ କରିଥିଲେ । ମାହେଶ୍ୱରୀ ରାମଜୀ କୀର୍ତ୍ତନ ପାର୍ଟି ଓ ରାଧେରାଧେ ମହିଳା ସଂକିର୍ତ୍ତନ ଦଳର ସମସ୍ତ ସଦସ୍ୟ,ସଦସ୍ୟା ଶ୍ରଦ୍ଧାଳୁ ତଥା କୀର୍ତ୍ତନ ପ୍ରେମୀମାନଙ୍କୁ ସେବା କରିଥିଲେ । ଶେଷରେ ସଂକୀର୍ତ୍ତନ ଗୁରୁ ସତ୍ୟବାଦୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.