ଗଜବନ୍ଧରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନର ନମୁନା ମାସିକ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହାରାଧନ ରଣା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ଆଲୋଚନା କରିଥିବା ବେଳେ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ଶିକ୍ଷା ସୋପାନ ରେଜିଷ୍ଟର ପୂରଣ କୌଶଳ ବିଷୟରେ ଆଲୋଚନା କରିଥିଲେ । ସୁଲେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଲ୍ଲୀକା ନାଗ ସ୍ଥାନୀୟ ବିଦ୍ୟାଳୟର ବିଭିନ୍ନ ଅଭିନବ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନସୀ ନାଗ ବିଦ୍ୟାଳୟ କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଟାବ୍‌ଲେଟର ବ୍ୟବହାର ଉପରେ ଆଲୋଚନା କରିଥିଲେ । କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତୁଳସୀରାମ ଭୋଇ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଟ୍ରାକର ପୂରଣ କରିବା ପଦ୍ଧତି ଉପରେ ଆଲୋଚନା କରିଥିବା ବେଳେ କାଇସ କନ୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରିଥିଲେ । ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଶ ପୁଟେଲ ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଆଲୋଚନା କରିଥିବା ବେଳେ ପ୍ରଧାନଶିକ୍ଷକ ନନ୍ଦକିଶୋର ବିଶି ନିପୁଣ ଓଡିଶା ମେଳା ଉପରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ମୌଳିକ ଭାଷା ଶିକ୍ଷାଦାନର ଶ୍ରେଣୀ ପରିଚାଳନା କୌଶଳ ପ୍ରଦର୍ଶନ କରିଥିବା ବେଳେ ଶିକ୍ଷୟିତ୍ରୀ ଲଳିତା ଭୁଏ ମୌଳିକ ସଂଖ୍ୟାଜ୍ଞାନ ଶିକ୍ଷଣର ପ୍ରଦର୍ଶନ କରିଥିଲେ । ଶିକ୍ଷକ କୈଳାଶଚନ୍ଦ୍ର ରଣା, ରଘୁନାଥ ବାଘ, ସଞ୍ଜୟ ଭୋଇ, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ବିକାଶ ନାଗ, ଦିନେଶ ନାଏକ, ଗୋବିନ୍ଦ ସାହୁ, ଶିକ୍ଷୟିତ୍ରୀ ବର୍ଷାରାଣୀ ମଲ୍ଲିକ ଓ ପାଚିକା ସହାୟିକାମାନେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଦିବାକର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.