oom

ଅସ୍ତିତ୍ୱର ବାର୍ଷିକୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ବାର୍ଷିକୋତ୍ସବ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇପ୍ସିତା ବିଶ୍ୱାଳଙ୍କ ସଭାପତିତ୍ୱ ଓ ସୁଲିପ୍ତା ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ସମାଜସେବୀ, ରୋଟାରୀଆନ୍‌ ଗୁରିନ୍ଦର ସିଂ, ପ୍ରାକ୍ତନ ସିଆର୍‌ପିଏଫ ଡିଆଇଜି ଦୟାନିଧି ତନ୍ତୀ, ସୁରେଶ ଶର୍ମା, ମମତା ଗୌତମ, ଅମିତ କୌର, ହରିହର ରାଉତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଆଗକୁ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଅବଦାନ ପାଇଁ ଯଥା ସହିଦ୍ ସୁଶିଲ କୁମାର ପାତ୍ର, ସମାଜସେବୀ ଆଶିଷ ଦାସ, ନୃତ୍ୟଗୁରୁ ପ୍ରକାଶ ରାଉଳ, ସୁନନ୍ଦା ବରାଳ, ଶାନ୍ତି ଦେବୀ, ଦିଲ୍ଲୀପ ଭାଇ, ଜୁଲି ମିଶ୍ର, ପ୍ରଶାନ୍ତ ଦାସ, ଚନ୍ଦ୍ରଦୀପ ସାହୁ, ଆଚାର୍ଯ୍ୟ ବିନୋଦ ପ୍ରମୁଖଙ୍କୁ ଉତ୍ତରୀୟ ଓ ଘରେ ଲଗାଯାଉଥିବା ଚାରା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଆଚାର୍ଯ୍ୟ ବିନୋଦ ଓ ଶିବ କୁମାର ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କଲିକତା ଘଟଣାରେ ମୃତ୍ୟୁବରଣ କରିଥିବା ଡ଼ାକ୍ତରଙ୍କ ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଇସ୍ପାତ କଳା ପରିଷଦର ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୁନାଲ ସିଂ, ଧନେଶ୍ଵର କଂସାରୀ, ଶୈଳେନ୍ଦ୍ରୀ ମେୱ।, ସୁବାଷିନୀ ପରିଡ଼ା, ଅମ୍ବିକା ପରିଡ଼ା, ପ୍ରତିଭା ନାୟକ, ରଜତ ମହାନ୍ତି, ସୁମତୀ ସେନାପତି, ଅଜିତ ସାମଲ, ତିଳୋତ୍ତମା, ଶୁଭମ୍ ଜୟସ୍ୱାଲ, ଅଭୟ ପାତ୍ର, ଆଶିଷ ଦାସ, ଭାରତୀ କୁମାରୀ ସିଂ, ଲକ୍ଷ୍ମୀ ରାଉତ, ଲକ୍ଷ୍ମୀପ୍ରିୟା, ରାଜନନ୍ଦିନୀ, ମାଳବିକା ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଇପ୍ସିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.