ପ୍ରକୃତିର ଅବଦାନ ରତ୍ନଗର୍ଭା ଗନ୍ଧମାର୍ଦ୍ଦନ ଆମର ଅସ୍ମିତା ଶିର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ‘ପ୍ରାକୃତିର ଅବଦାନ ରତ୍ନଗର୍ଭା ଗନ୍ଧମାର୍ଦ୍ଧନ ଆମର ଅସ୍ମିତା’ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅତିଥି ତଥା ପେନାଲିଷ୍ଟମାନଙ୍କୁ ସତ୍ୟ ବନଛୋର ମଂଚୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର ସଭାପତି ହେମନ୍ତ ପଣ୍ଡା ସୂଚନା ଅଧିକାର କର୍ମୀ, ମୁଖ୍ୟବକ୍ତା ପ୍ରମୋଦ କୁମାର ମିଶ୍ର କୋଶଳବାଦୀ ତଥା ତଥା ବରିଷ୍ଠ ଆଇନଜୀବୀ, ସମ୍ମାନିତ ବକ୍ତା ବିରେନ୍ଦ୍ର କୁମାର ଝାଙ୍କର ସାମ୍ବାଦିକ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସାମ୍ବାଦିକ, ଆଦିବାସୀ ନେତ୍ରୀ ଦମୟନ୍ତୀ କୁମୁରା ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରିଥିଲେ । ଏହି ଆଲୋଚନା ଚକ୍ରରେ ବକ୍ତା ରୂପେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ, ବିରେନ୍ଦ୍ର କୁମାର ଝାଙ୍କର ସମ୍ବାଦିକ, ଆଦିବାସୀ ନେତ୍ରୀ ଦମୟନ୍ତ୍ରୀ କୁମୁରା, ମୁଖ୍ୟବକ୍ତା ପ୍ରମୋଦ କୁମାର ମିଶ୍ର କୋସଲବାଦୀ ନେତା ତଥା ବରିଷ୍ଠ ଆଇନଜୀବୀ, ସଭାପତି ହେମନ୍ତ ପଣ୍ଡା ସୂଚନା ଅଧିକାର କର୍ମୀ, ବରିଷ୍ଠ ଆଇନ ଜିବୀ ଭବାନୀ ଶଙ୍କର ଶତପଥି, ଆଦିବାସୀ ନେତା ମୟ ପ୍ରଧାନୀ, ମଧୁ ସୁଦାନ ବାଗ ଜିଲ୍ଲା ସଭାପତି ଏ.ଆଇ.ଡି.ଏସ୍‌.ଓ ତାପସ କୁମାର ବେହେରା, ଏଆଇଟିୱାଇ ଓ ଜିଲ୍ଲା ସଂପାଦକ ଡ. କୌତୁକ ପନ୍ଦର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ନିମ୍ନ ଲିଖିତ ପ୍ରସ୍ତାବ ଗୁଡିକ ଅନୁମୋଦନ କରାଗଲା । ଗନ୍ଧମାର୍ଦ୍ଧନର ସ୍ଥାୟୀ ସୁରକ୍ଷା ପାଇଁ ଖପ୍ରାଖୋଲ ପଂଚାୟତ ସମିତି ବୈଠକରେ ପ୍ରସ୍ତାବ ପାରିତ କରିବା ପାଇଁ ସରପଂଚ, ସମତି ସଭ୍ୟ,ସଭ୍ୟା, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଅନୁରୋଧ କରାଯିବ, ଗନ୍ଧମାର୍ଦ୍ଧନର ପାଖ ଗାଁ ଓ ବଲାଙ୍ଗିର, ବରଗଡ ଜିଲ୍ଲାରେ ଅଦାନୀ କିଣିଥିବା ଜମିର ପଟ୍ଟାକୁ ବାତିଲ କରାଯାଉ, ଜିଲ୍ଲା ପରିଷଦ ବୈଠକରେ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ପ୍ରସ୍ତାବ ପାରିତ କରିବା ନିମନ୍ତେ ଜିଲ୍ଲା ପରିଷଦର ସଭ୍ୟ,ସଭ୍ୟାମାନଙ୍କୁ ଅନୁରୋଧ କରାଯିବ । ଖପ୍ରାଖୋଲ ବ୍ଲକର ପ୍ରତି ଗାଁର ପଲ୍ଲିସଭା ଓ ପଂଚାୟତର ଗ୍ରାମ ସଭାରେ ଗନ୍ଧମାର୍ଦ୍ଧନର ସ୍ଥାୟୀ ସୁରକ୍ଷା ନିମନ୍ତେ ପ୍ରସ୍ତାବ ପାରିତ କରିବା ପାଇଁ ୱାର୍ଡ ମେମ୍ବର, ସରପଂଚ, ନାଏବ ସରପଂଚଙ୍କୁ ଲିଖିତ ଅନୁରୋଧ କରାଯିବ, ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ମୁଖ୍ୟ ଶାସନ ସଚିବ, ବିଧାନ ସଭା ବାଚସ୍ପତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ଖଣିମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦମାନଙ୍କୁ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ସକାଶେ ଲିଖିତ ଜଣାଇବା ପାଇଁ ସ୍ଥିର କରାଗଲା । ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ଅନୁଯାୟୀ ଗନ୍ଧମାର୍ଦ୍ଦନ ପର୍ବତମାଳାର ପାଖ ଗାଁମାନଙ୍କରୁ ଦାବୀ ଆବେଦନ କରିଥିବା ଗୋଷ୍ଠୀ ଅରଣ୍ୟ ସମ୍ବଳ ଅଧିକାର ପ୍ରଦାନ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟିଙ୍କୁ ଲିଖିତ ଜଣାଇବା ନିମନ୍ତେ ସ୍ଥିର କରାଗଲା, ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଖଣି ଖନନକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଓଡିଶା ବିଧାନ ସଭାରେ ଗନ୍ଧମାର୍ଦ୍ଧନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ନିମନ୍ତେ ଲିଖିତ ଜଣାଇବା ପାଇଁ ସ୍ଥିର କରାଗଲା । ଗନ୍ଧମାର୍ଦ୍ଧନ ପାଖରେ ଆୟୁର୍ବେଦିକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ ସରକାରଙ୍କୁ ଲିଖିତ ଜଣାଇବା ପାଇଁ ସ୍ଥିର କରାଗଲା । ଏହି ଆଲୋଚନା ଚକ୍ରରେ ବଲାଙ୍ଗିର ସହରର ଓକିଲ, ସମ୍ବାଦିକ, ସାମାଜିକ କମୀ, ସୂଚନା ଅଧିକାର କର୍ମୀ, ଶିକ୍ଷାବିଦ୍‌, କବି, ଲେଖକ ବୃନ୍ଦ ଯୋଗଦେଇଥିଲେ ଏବଂ ଆଲୋଚନାରେ ଭବାନୀ ଶଙ୍କର ଶତପଥୀ ବରିଷ୍ଠ ଆଇନଜୀବୀ, ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ, ଓବିସି ମଂଚ ସଂଯୋଜକ ସରୋଜ ମେଶ୍ୱା, ନରେଶ ବାଗ ଯାଦବ, କବି ଓ ଲେଖକ ରାଜେଶ ଝାଙ୍କର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ମୁକେଶ ବହିଦାର, ଗୋପବନ୍ଧୁ ଶତପଥି, ସାମାଜିକ କର୍ମୀ ଡୋଳାମଣି ବନଛୋର, ଚନ୍ଦ୍ରଭାନୁ ମୌଳାନା, ଗଣ୍ଡାବଜା ସଂପାଦକ ତ୍ରିଲୋଚନ ନନ୍ଦ, ନବସେତୁ ପତ୍ରିକାର ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସୁନିଲ ମହାନ୍ତି, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଜିନ୍ଦାବାଦ ସଂଗଠନର କାର୍ଯ୍ରକର୍ତ୍ତା ଦୁର୍ଯ୍ୟୋଧନ ମାଝୀ, ସୁକୃ ଶବର, ମିଳନ ପୁଞ୍ଜି, ଜୟନ୍ତୀ ରଣା, ରାମଚନ୍ଦ୍ର ବରିହା ସହଯୋଗ କରିଥିଲେ । ଜିନ୍ଦାବାଦ ସଂଗଠନର ପ୍ରତିଷ୍ଠାତା ତଥା ଆଇନଜିବୀ ତ୍ରିଲୋଚନ ପୁଞ୍ଜି ସଂଯୋଜନା କରିଥିଲେ । ସାମ୍ବାଦିକ ଯୁଧିଷ୍ଟିର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.