
ବଲାଙ୍ଗିର, (କେପିଏନ୍ଏସ୍) : ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ବଲାଙ୍ଗିର ରାଜୀବନଗରର କୁନି ଝିଅ ଆସମି ମିଶ୍ର । ରାଜୀବନଗରର ଅଶ୍ୱିନୀ ମିଶ୍ର ଓ ରଶ୍ମିତା ତ୍ରିପାଠୀଙ୍କ କୁନି ଝିଅ ଆସମି ବଲାଙ୍ଗିର ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ । ମଡେଲିଂ, ନୃତ୍ୟ ଓ ଅଭିନୟ ପାଇଁ ଏହି ସଫଳତା ହାସଲ କରିଛନ୍ତି ନଅ ବର୍ଷର ଆସମି ।

