ପାରାଦୀପ ଓ ବଡବିଲ ରାସ୍ତା ହେବ ୮ ଲେନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପାରାଦୀପ ଓ ବଡ଼ବିଲ ରାସ୍ତା ୮ ଲେନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତି ନିଆଯାଇଛି । ଏସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପାରାଦୀପରୁ ବଡ଼ବିଲ ୩ ଶହ କିମି ରାସ୍ତାକୁ ୮ ଲେନ ବିଶିଷ୍ଟ କରାଯିବ । ଏହି ରାସ୍ତାକୁ ୮ ଲେନ କରିବା ପାଇଁ ନୀତିନ ଗଡ଼କରୀ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝରରୁ ଖଣିଜ ଦ୍ରବ୍ୟ ପରିବହନରେ ଏହି ରାସ୍ତା ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି । ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କୋଷ୍ଟାଲ ହାଇୱେକୁ ସାତପଡ଼ା ପର୍ଯ୍ୟନ୍ତ ନେବାକୁ ବୈଠକରେ ସହମତି ପ୍ରକାଶ ପାଇଛି । ରାଜ୍ୟ ଏନଓସି ଦେଲେ ଖୁବଶୀଘ୍ର ଟେଣ୍ଡର ହେବବୋଲି ମଧ୍ୟ ଗଡ଼କରୀ ମତବ୍ୟକ୍ତ କରିଛନ୍ତି । ବୈଠକରେ ଭୁବନେଶ୍ୱର ରିଂ ରୋଡ଼ ସଂକ୍ରାନ୍ତରେ ବି ଆଲୋଚନା କରାଯାଇଛି ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.