ସଇଁନ୍ତଲା ଥାନା ଏଏସଆଇଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ କାର୍ଯ୍ୟରତ ଥିବା ମାନଭୟ ନନ୍ଦଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପରେ ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନାନୁସାରେ ସେ ଦେଓଗାଁ ବ୍ଳକ ସ୍ଥାନୀୟ କଛାରପାଳିର ବାସିନ୍ଦା । ସେ ଦୀର୍ଘ ଦୁଇ ବର୍ଷ ହେବ ସଇଁନ୍ତଲା ଥାନାରେ ଏଏସଆଇ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ଛୁଟିରେ ରହି ଘରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ରାତିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଯାହାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇବା ପରେ ଉକ୍ତ ପରିବାର ଲୋକଙ୍କୁ ସଇଁନ୍ତଲା ପୁଲିସ ପହଞ୍ଚି ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.