ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ଲମ୍ବୋଦରଙ୍କ ପରିବାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ଲମ୍ବୋଦରଙ୍କ ପରିବାର । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ସାନିମୁଣ୍ଡା(ଅମ୍ବାବାଞ୍ଜି) ଗ୍ରାମର ଲମ୍ବୋଦର ଭୁଏ ତାଙ୍କ ପତ୍ନୀ ଅନେକ ବର୍ଷ ହେଲାଣି ଆରପାରିକୁ ଗଲେଣି । ଏବେ ତାଙ୍କର ଦୁଇଝିଅ ସହିତ ପର ଘରେ ଆଶ୍ରୟ ନେଇଛନ୍ତି । ତାଙ୍କର ଝିଅ କୁମାରୀ ପ୍ରିୟା ଭୁଏ(୧୨), ସାନ ଝିଅ ଶ୍ରୀୟା ଭୁଏ(୧୧) । ଏମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପେଟକୁ ଦାନ ଯୋଗାଇବା ସହ ପାଠ ପଢୁଛନ୍ତି । ବାପା ଲମ୍ବୋଦର ତାଙ୍କର ଝିଅମାନଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ସ୍ୱପ୍ନ ଅଧୁରା ରହିଛି । କାରଣ ଝିଅମାନଙ୍କୁ ପାଠ ପଢ଼ାଇବା ତ ଦୂରର କଥା ଝିଅମାନଙ୍କ ପେଟରେ ଦାନା ଯୋଗାଇବାରେ ଅସମର୍ଥ ହୋଇପଡିଛନ୍ତି । ତାଙ୍କର କିଛି ନାହିଁ । ନା’ ଅଛି ରହିବା ପାଇଁ ଘର ନା’ ଅଛି ଜମି ବାଡ଼ି । ତାଙ୍କୁ ଘର ଖଣ୍ଡିଏ ଦେବା ସହ ତାଙ୍କର ଝିଅମାନଙ୍କ ପାଇଁ କିଛି ସରକାରୀ ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଏନେଇ ଫୋନ ଯୋଗେ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି କୁସୁମ ଦୀପଙ୍କୁ ଯୋଗଯୋଗ କରି ପଚରାଯିବାରୁ ସେ କହିଥିଲେ ଯେ, ଏହି ଅଭିଯୋଗ ମୋ ପାଖରେ ନଥିଲା, ଆପଙ୍କ କହିବାରୁ ମୁଁ ଜାଣିଲି । ମୁଁ ଚେଷ୍ଟା କରିବି ଏହି ପରିବାରକୁ ସରକାରଙ୍କ ଯୋଜନାରେ ସାମିଲ କରିବା ପାଇଁ । ଗତକାଲି ବେଲପଡା ଜନକଲ୍ୟାଣ ଟ୍ରଷ୍ଟର ସମସ୍ତ ସଭ୍ୟ ସଭ୍ୟା ଲମ୍ବୋଦର ଭୁଏଙ୍କ ଘରକୁ ଯାଇ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କିଛି ଆଶ୍ୱାସନା ଦେଇ ଆମେ ଏ ବିଷୟରେ ବିଡିଓଙ୍କୁ ଜଣାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.