- ଗୋପାଳପୁର ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡ଼ିଫେନ୍ସି କଲେଜରେ ସ୍ଥାପନା ହେବ
- ଏହାକୁ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସଦ ଭବନରେ ୨୦ଫୁଟ ଉଚ୍ଚତାରେ ସ୍ଥାପିତ ହୋଇଛି, ଦେଶର ସର୍ବବୃହତ ଅଶୋକ ସ୍ତମ୍ଭ । ହେଲେ ଏହାର ଆଉ ଏକ ଅନୁରୂପ ମଡ଼େଲର ସୁପର-ଫେବ୍ରିକ ପେଇଣ୍ଟରେ ନିର୍ମିତ ଉନ୍ନତ ପଥରର ମସୃଣ ଅଶୋକସ୍ତମ୍ଭର ଉଚ୍ଚତା ୧୩ ଫୁଟ, ଓସାର ୬ଫୁଟ ୧୦ଇଞ୍ଚ, ଏବଂ ଏହା ପ୍ରାୟ ୮ଶହ କିଲୋଗ୍ରାମ ଓଜନ ବିଶିଷ୍ଟ ଅଟେ । ଏହାକୁ ନିର୍ମାଣ କରିଛନ୍ତି, ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମୂର୍ତ୍ତି କାରିଗର ରାଜ କୁମାର ବେହେରାଙ୍କ ସମେତ ସର୍ବମୋଟ ୧୩ଜଣ କାରିଗର । ଏହାର ନିର୍ମାଣ କରି କାରିଗର କୌଶଳ ପ୍ରୟୋଗ ସାରି ୪୦ ଦିନରେ ନିର୍ମାଣ ସମ୍ପନ୍ନ କରିଛନ୍ତି । ଗୋପାଳପୁର ଗୋଳାବନ୍ଧ ସ୍ଥିତ ଭାରତୀୟ ସ୍ଥଳ ସେନାବାହିନୀର ଅନୁଷ୍ଠାନ ତଥା ଆର୍ମି ଏୟାର ଡ଼ିଫେନ୍ସି କଲେଜରେ ଏହି ଅଶୋକ ସ୍ତମ୍ଭ ସ୍ଥାପନା ହେବ । ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ପବିତ୍ର ପୀଠ ସ୍ୱରୂପ ଦେଶର ପ୍ରତୀକ ଅଶୋକ ସ୍ତମ୍ଭକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ବୋଲି ସରକାରୀ ଭାବେ କୁହାଯାଇଛି ।