ଅନାଥ ଭଉଣୀଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରେଇଲେ ସମାଜସେବୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ଗାଁରେ ରହୁଥିଲେ ତିନି ଜଣ ବାପ ମା’ ଛେଉଣ୍ଡ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିବା ବେଳେ ଆହା ପଦେ କହିବାକୁ ମଧ୍ୟ କେହି ନଥିଲେ । ଯାହା ମିଳିଲା ସେଥିରେ ତିନି ଭଉଣୀ ସନ୍ତୁଷ୍ଟ ହେଉଥିଲେ । ସୂଚନା ଅନୁଯାୟୀ ଧାମନପୁର ଗାଁର ଭୀମ ମାଝୀ କିଛି ବର୍ଷ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିବା ବେଳେ ସେବତୀ ମାଝୀ ତାଙ୍କର ତିନି ସରୋଜିନୀ ମାଝୀ, ସାବିତ୍ରୀ ମାଝୀ ଓ ପୂର୍ଣମୀ ମାଝୀଙ୍କୁ ନେଇ ରହୁଥିଲେ । ତେବେ ତାଙ୍କୁ ମଧ୍ୟ ବହୁତ ଜର ହୋଇ ୨୦୨୦ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କର ଦେହାନ୍ତ ପରେ ତିନି ଝିଅ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାଇବା, ରହିବା ଏପରିକି ଅନ୍ୟାନ୍ୟ କାର୍ଯ୍ୟ କିପରି କରିବେ ତାହାକୁ ନେଇ ସେମାନେ ଚିନ୍ତିତ ରହୁଥିଲେ । ଏହି ସମସ୍ୟା ବିଷୟରେ ଜାଣି ଆଦିବାସୀ ସଙ୍ଘ ଧର୍ମଗଡ଼ ଟିମ ପହଂଚି କିଛି ଆର୍ଥିକ ସାହାଯ୍ୟ ସହ କିଛି ରାସନ ସାମଗ୍ରୀ ଦେଇଥିବା ବେଳେ ସମସ୍ୟା ବିଷୟରେ ସ୍ୱେଛାସେବୀ ଶ୍ୟାମସୁନ୍ଦର ମାଝୀ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ସମସ୍ୟା ବିଷୟରେ ଜାଣିଲା ପରେ ସମାଜସେବୀ ଶ୍ରୀ ରଣା ତିନି ଛୁଆଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରେ ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ଠାରେ ଉପସ୍ଥିତ କରାଇ ଦୁଇ ଜଣ ଝିଅ ସାବିତ୍ରୀ ଓ ପୂର୍ଣ୍ଣମୀଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି । ସେହିପରି ସେମାନେ ଗାଁ ସ୍କୁଲରେ ପାଠ ପଢିବା ସହ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଦୁଇଝିଅଙ୍କୁ ମାସିକ ୧୫୦୦ ସହ ଲେଖାଏଁ ମିଳିବ । ସମାଜସେବୀ ଶ୍ୟାମସୁନ୍ଦର ମାଝୀ ଓ ଯଶୋବନ୍ତ ରଣାଙ୍କ ଏପରି କାର୍ଯ୍ୟକୁ ଗ୍ରାମବାସୀମାନେ ବହୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.