ରାସ୍ତା କଡରେ ଅସହାୟ ବୃଦ୍ଧ : ସହଯୋଗ ପାଇଁ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକରୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଯାଉଥିବା ରାସ୍ତାର ଶୀତଳ ଭଣ୍ଡାର ନିକଟ ରାସ୍ତା କଡରେ ଜଣେ ଅସହାୟ ବୃଦ୍ଧ ନିରାଶ୍ରୟ ଭାବେ ପଡିରହିଥିବା ବେଳେ ସହଯୋଗ ପାଇଁ ଲୋକଙ୍କୁ ଗୁହାରୀ କରୁଥିବା ଦେଖିବାକୁ ମିଳିଛି ।

ଶୀତ ସମୟରେ ସେ କେମିତି ରାସ୍ତା କଡରେ ରାତି କଟେଇବେ ତାହା ଏବେ ଚିନ୍ତାର ବିଷୟ । ତାଙ୍କଠୁ ମିଳିଥିବା ସୂଚନା ଅନୁସାରେ ସେ ବେଲପଡା ଅଂଚଳର ହୋଇଥିବା ବେଳେ ଘରୁ ସନ୍ତାନମାନଙ୍କ ଅବହେଳା ଯୋଗୁଁ ସେ ଘର ଛାଡି ଚାଲିଆସଛନ୍ତି । ତେବେ ଏଭଳି ଅସହାୟ ବୃଦ୍ଧଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ଥଇଥାନ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.