ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱ ଓ ଉପସଭାପତି ଡ. ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟାପିକା ଡ. ଅପର୍ଣ୍ଣା ଧଳ ଆଲୋଚିକା ଭାବେ ଯୋଗଦେଇ ‘ରାମକୃଷ୍ଣ ନନ୍ଦଙ୍କ ସାହିତ୍ୟ କୃତି’ ସଂପର୍କରେ ଆଲୋଚନା କରିଥିଲେ । ଗାଳ୍ପିକ କାଶୀନାଥ ନନ୍ଦୀ ‘ରଂଗ ବେରଙ୍ଗ’ ନାମରେ ଗଳ୍ପ ପଠନ କରିଥିବା ବେଳେ ଗଳ୍ପଟିକୁ ସମୀକ୍ଷା କରିଥିଲେ ଅଧ୍ୟାପିକା ପ୍ରଣତୀ ବେହେରା । ଜ୍ଞାନେନ୍ଦ୍ର କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସରକୁ କନକଲତା ମିଶ୍ର ଓ ଡ. ଜୟନ୍ତୀ ପାଢୀ ସଂଯୋଜନା କରିଥିବା ବେଳେ ନିତ୍ୟାନନ୍ଦ ନାୟକ, ଉପେନ୍ଦ୍ର ବସ୍ତିଆ, ବସନ୍ତ ବିଶ୍ୱକର୍ମା, ସୁଚିସ୍ମିତା ପଣ୍ଡା, କରୁଣାକର ପାଟ୍ଟଶାଣୀ, ଅଜିତ ପୂଜାରୀ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୂପେନ ମହାପାତ୍ର, ଡା. ବସନ୍ତ ଦାସ, କୁଞ୍ଜବିହାରୀ ରାଉତ, ଅଟମ ରଥ, ସନ୍ତୋଷ ରଥ, ମନୋଜ କୁମାର ପଣ୍ଡା, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ବ୍ରଜେନ୍ଦ୍ର ଦାଶ, ଦୀନବନ୍ଧୁ ରଥ, ବିଜୟ ରାୟ, ରାମକୃଷ୍ଣ ତ୍ରିପାଠୀ, ପ୍ରଶାନ୍ତ ଦାସ, ଗୌତମ ଦାସ, ସଂଜୀବ କୁମାର ଭୋଇ, ଆର୍ତ୍ତତ୍ରାଣ ମହାପାତ୍ର, ବିରେନ୍ଦ୍ର ବାରିକ, ବଳରାମ ରାଉଳ, ଅଜୟ କୁମାର ମହାନ୍ତି, ଶୁଭଲକ୍ଷ୍ମୀ ନାୟକ, ରଶ୍ମିତା ମଛକଣ୍ଡ, ରମେଶ ପାତ୍ର, ଡ. ମୀନତି ପଣ୍ଡା, ପଞ୍ଚାନନ ପାତ୍ର, ଆଶୁତୋଷ ଜ୍ୟୋତିଷ, ଗଣେଶ୍ୱର ପଟ୍ଟନାୟକ, ରବିନ୍ଦ୍ର ମହାନ୍ତି, କିଶୋରୀ ମୋହନ କର, ଉପେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଶୋକ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.