ରାଉରକେଲା, (ସସ୍ମିତା ପ୍ରଧାନ) : ଧାମରା ସଂଘ ଦ୍ୱାରା ଆୟୋଜିତ ବର୍ଷା କବିତା ଆସରରେ, ବର୍ଷା ! ନିଜେ ଏକ କବିତା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ପବିତ୍ର ପାଣିଗ୍ରାହୀ କହିଥିଲେ ଯେ ବର୍ଷା ! ନିଜେ ଏକ କବିତା । ବର୍ଷା କବିଙ୍କ ମନରେ ଆଶା ଓ ଆକାଂକ୍ଷା ଜଗାଏ ଓ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଏ । ଏହା ସହ ସେ ବିଭିନ୍ନ କବିଙ୍କର କବିତା ସମ୍ପର୍କରେ ଆଲୋଚନା କରିଥିଲେ । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସାହିତ୍ୟ ସମ୍ପାଦିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ବର୍ଷା କବିତା ଆସରରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଇଂ ଅଭୟ ସୂତାର ବର୍ଷା ପ୍ରକୃତି ଓ ପ୍ରେମ ଚେତନାକୁ କେନ୍ଦ୍ର କରି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ କବିତା ପ୍ରେମମୟ ଓ ଜୀବନ୍ତ ବୋଲି ମତ ରଖିଥିଲେ । ସଂଘର ସାଧାରଣ ସଂପାଦକ ଶ୍ରୀ ରାଉତ ସଂପାଦକୀୟ ବିବରଣୀ ପାଠ କରିବା ସହ ଆଗକୁ ଏହିଭଳି କବିତା ଆସର ଆହୁରି କିପରି ଆକର୍ଷଣୀୟ ହୋଇ ପାରିବ ତାହା ପ୍ରକାଶ କରିଥିଲେ । ସହ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିମାନଙ୍କ ଦ୍ୱାରା ତ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କୁ ଧାମରା ସାରସ୍ୱତ ସମ୍ମାନ ଓ ଭଦ୍ରକର ସ୍ୱନାମ ଧନ୍ୟ ଚିତ୍ରଶିଳ୍ପୀ ନିରଞ୍ଜନ ନାୟକଙ୍କୁ ଧାମରା ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଜାନକୀ ପାଢୀଙ୍କ ସଭାପତିତ୍ୱ, ବିଶିଷ୍ଟ ସଂଗଠିକା ସଂଯୁକ୍ତା ବଳନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲାବେଳେ କବୀ କନକଲତା ମିଶ୍ର, ହରପ୍ରିୟା ସାମଲ, ସବିତା ପରିଡାଙ୍କ ସଂଯୋଜନାରେ ସହରର ବହୁ କବି ବର୍ଷା ଶୀର୍ଷକ କବିତା ପାଠ କରିଥିଲେ । ଶେଷରେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
