oom

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ରଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵ ତଥା ସାଂସ୍କୃତିକ ସମ୍ପାଦିକା କବିତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରସନଜିତ ତ୍ରିପାଠୀ ମୁଖ୍ୟଅତିଥି ଓ କବି ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଭାବର ଠାକୁର ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣି ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ, ଭକ୍ତମାନଙ୍କ ପାଇଁ ତାଙ୍କର ଆବେଗ, ଓଡ଼ିଆ ସଂସ୍କୃତିରେ ଜଗନ୍ନାଥ ପରମ୍ପରା, ଭକ୍ତଙ୍କ ଭାବରେ ଶ୍ରୀ ଜଗନ୍ନାଥ କିପରି ବନ୍ଧା ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ସନ୍ଦେହ ଶୀର୍ଷକ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବୀ ରଶ୍ମି ସାହୁ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ସର୍ବଶ୍ରୀ ଗଦାଧର ରଥ, କୁଞ୍ଜବିହାରୀ ରାଉତ, ଗୀତାଞ୍ଜଳି ମହାରଣା, ସୁଭାଷିନୀ ସାହୁ, ସଂଯୁକ୍ତା ଦାଶ, ସୁମିତା ସ୍ୱାଇଁ, ତାରିଣୀ ଚରଣ ସାହୁ, ଆଲୋକ ବୋଷ, ଅଜୟ କୁମାର ପାଣି, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ, ବ୍ରହ୍ମାନନ୍ଦ ପାଢ଼ୀ, ନିକୁଞ୍ଜ ବିହାରୀ ଦାଶ, ଜ୍ଞାନରଞ୍ଜନ ମିଶ୍ର, ସୁନିଲ ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ, ଆବାହକ ଶ୍ରୀ ଆଚାର୍ଯ୍ୟ ଆଲୋଚ୍ୟ ବିଷୟର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କିଶୋରୀ ମୋହନ କର, ପ୍ରିୟା ପାତ୍ର, ସଂଗ୍ରାମ ପ୍ରିୟ ତନ୍ତୀ, ରବିନ୍ଦ୍ର ଠାକୁର, ଅଭୟ କୁମାର ଦାସ, ପ୍ରକାଶ ଚନ୍ଦ୍ର ପାଢ଼ୀ, ଶରତ ସ୍ୱାଇଁ, ହରିହର ଶତପଥୀ, ଅରବିନ୍ଦ ପାତ୍ର, ରାଧାମୋହନ ନାୟକ, ସୁବାସ ଲେଙ୍କା, ବିଭୁଦତ୍ତ ବେହେରା, ଶରତ ରାଉତ, ଅର୍ପିତା ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ, ବୈକୁଣ୍ଠ ପଟ୍ଟନାୟକ, କୁଳମଣି ଦାସ, ବିଜୟ କୁମାର ବରାଳ, ମୀନକେତନ ପଶାୟତ, ବସନ୍ତ ମହାରଣା, ଲକ୍ଷ୍ମୀଧର ସେଠୀ, କମଳଲୋଚନ ପାଣିଗ୍ରାହୀ, କମଳ ଆଚାର୍ଯ୍ୟ, ଏମ୍ ରାଜେନ୍ଦ୍ରୀ ପାତ୍ର, ପୁତୁରୁ ଡୋଗରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.