oom

ରାଉରକେଲା ସମ୍ବାଦ ସାହିତ୍ୟ ଘରର ବର୍ଷା ଆସର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ଆନୁକୂଲ୍ୟରେ ବର୍ଷା ଆସର କଲଚରାଲ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱ, କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ଓ ବିଭୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ସମ୍ବାଦ ରାଉରକେଲା ସଂସ୍କରଣର ମୁଖ୍ୟ ଲକ୍ଷ୍ମୀ ନାରାୟଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା କିପରି କବିମାନଙ୍କ ପ୍ରିୟ ରୂତୁ ଓ ପ୍ରକୃତି କିପରି ଶସ୍ୟଶ୍ୟାମଳାପୂର୍ଣ୍ଣ ତଥା ସବୁଜମୟ ହୋଇଉଠେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ତ୍ରିପାଠୀ ବର୍ଷା କିପରି ମଙ୍ଗଳକାରୀ ଓ ଆବାହକ ଶ୍ରୀ ଧର ପ୍ରକୃତି ଓ ପରିବେଶ ମଧ୍ୟରେ ସନ୍ତୁଳନ ଓ ସାହିତ୍ୟ ସହିତ ବର୍ଷାର ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ପ୍ରଶାନ୍ତ ଦାସ ଅନୁଷ୍ଠାନର ଆଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ ନାୟକଙ୍କ ସଂଯୋଜନାରେ ସର୍ବଶ୍ରୀ କାଶୀନାଥ ନନ୍ଦୀ, କୁଞ୍ଜବିହାରୀ ରାଉତ, ସୁସ୍ମିତା ମହାପାତ୍ର, ସସ୍ମିତା ପ୍ରଧାନ, ଅଶୋକ ପଟ୍ଟନାୟକ, ଶ୍ରୀଧର ସୁନା, ଡ. ଜୟନ୍ତୀ ପାଢ଼ୀ, ସଞ୍ଜୀବ ଭୋଇ, ସୁମନ୍ତ ଉପାଧ୍ୟାୟ, ସତ୍ୟ ଦାଶ, ଅଭିରାମ ସାଗରିଆ, ଲକ୍ଷ୍ମୀ ନାରାୟଣ ହୋତା, ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ହୋତାଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ରାଧାକୃଷ୍ଣଙ୍କ ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଜନ୍ମ ଦିନର ଅଭିନନ୍ଦନ ଜ୍ଞାପନ ଓ ସାହିତ୍ୟ ଘରର ସଭ୍ୟ ହିମାଂଶୁ ଶେଖର ବିଶ୍ୱାଳଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ତ୍ରିଲୋଚନ ମହାରଣା, ସାଂଗଠନିକ ସମ୍ପାଦକ ଜଗନ୍ନାଥ ରାଉତ ସହଯୋଗ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ଶିବପ୍ରସାଦ ତ୍ରିପାଠୀ, ଜ୍ୟୋତିର୍ମୟ ଆଚାର୍ଯ୍ୟ, କିଶୋର ଚନ୍ଦ୍ର ଦାଶ, ରଙ୍ଗାଧର ଦାଶ, ରଘୁନାଥ ସିଂହ, ଡ ନଗେନ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ଅକ୍ଷୟ ସାମଲ, ଅଜିତ ଗୈାଡ, ନିରୁପମା ନାୟକ, ନମିତା ଦାସ, ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.