oom

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ଉପଦେଷ୍ଟା ଇଂ ଅଭୟ କୁମାର ଦାସଙ୍କ ପୈ।ରୋହିତ୍ୟ ଓ ଉପସଭାପତି ଡ଼ଃ ସନାତନ ପ୍ରଧାନ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ସାହିତ୍ୟିକ ଫତୁରାନନ୍ଦଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚିକା ଅଧ୍ୟାପିକା ଧରିତ୍ରୀ ପାଇକରାୟ ସାହିତ୍ୟିକ ଫତୁରାନନ୍ଦଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲା ବେଳେ ଦୀପକ କୁମାର ସାହୁ ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପିକା ମହାଶ୍ୱେତା ସାହୁ ସ୍ୱରଚିତ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିଲୋଚନ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଶ୍ରୀ ପ୍ରିୟଙ୍କା ପଲେଇ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, କୁଞ୍ଜବିହାରୀ ରାଉତ, କିଶୋରୀ ମୋହନ କର, କରୁଣାକର ପାଟ୍ଟଶାଣୀ, ଅଜୟ କୁମାର ପାଣି, ଅଶୋକ କୁମାର ପଟ୍ଟନାୟକ, ଶ୍ରେୟସୀ ସାହୁ, ସଂପ୍ରିତୀ ସାହୁ, ନିରୁପମା ପତି, ତ୍ରିଲୋଚନ ସ୍ୱାଇଁ, ରଶ୍ମି ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଶିକ୍ଷା ଓ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ନିରୁପମା ପତିଙ୍କୁ ଆମେରିକାନ ମେରିଟ କାଉନସିଲ ଡକ୍ଟରେଟ୍ ଉପାଧି ପ୍ରଦାନ କରି ଥିବାରୁ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାକାନ୍ତ ମିଶ୍ର, ପ୍ରଳୟ କୁମାର ଶତପଥୀ, ଜୟଶ୍ରୀ ଦାସ, ଡ ଶକ୍ତିପ୍ରସାଦ ସାମନ୍ତରାୟ, ଡା ବସନ୍ତ କୁମାର ଦାସ, ଟୁକୁଲା ପାଢ଼ୀ, ଶର୍ମିଷ୍ଠା କବିଶତପଥୀ, ଜାହ୍ନବୀ ମହାନ୍ତି, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ରାଜୀବ ପାଣି, କୁଞ୍ଜବିହାରୀ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.