oum

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରରେ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ସାହିତ୍ୟର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ଏହି ଅବସରରେ କହିଲେ ଯେ, ଶିଶୁ ମାନଙ୍କର ବିକାଶ ସୁସ୍ଥ ସମାଜର ମୂଳଦୁଆ । ଓଡ଼ିଆ ଅସ୍ମିତାର ବାର୍ତ୍ତାକୁ ବଳବତ୍ତର କରିବାକୁ ହେଲେ ଓଡ଼ିଆ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ପଡିବ । ଏକ୍ଷେତ୍ରରେ ପାଠାଗାର ଓ ଉଦିତ ନଗର ହାଇସ୍କୁଲ ତଥା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ବିକଶିତ ପାଇଁ ନୃତ୍ୟ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ମାନିତ ଅତିଥି ସୁଶ୍ରୀ ସେଠୀଙ୍କ ସଂଯୋଜନାରେ ଆୟୋଜିତ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ସଠିକ୍‌ ଉତ୍ତର ଦେଇଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଦେବାଶିଷ ପାତ୍ର ଗଳ୍ପ ପାଠ କରିଥିଲେ । ଏହି ଅବସରରେ ପାଠାଗାର ତରଫରୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଓ ଜାତୀୟ ସ୍ତରରେ ଭାରତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ସହର ତଥା ରାଜ୍ୟକୁ ଗର୍ବିତ କରିଥିବା ରୋହିତ ରାଜ ଭଟ୍ଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, କବିତା ଦାସ, ସଂଯୁକ୍ତା ଦାସ, ନିରୁପମା ଚାନ୍ଦ, କବିତା ପ୍ରଧାନ, ସ୍ୱର୍ଣ୍ଣଲତା ଘଡେଇ, ଭାଗ୍ୟଶ୍ରୀ ନାୟକ, ଗୀତାଞ୍ଜଳି ମହାରଣା, କମଳା ଆଚାର୍ଯ୍ୟ, ରବିନ୍ଦ୍ର ଠାକୁର, ପ୍ରକାଶ ପାଢ଼ୀ, ସୁବାସ ମହାପାତ୍ର, ଅନୀଲ ଦାସ, ନିରଞ୍ଜନ ଖଣ୍ଡେଲୱଲ, କୁଳମଣିଙ୍କ ସହ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.