ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

  • କବି ମାନସିଂ ଥିଲେ ଏକ ଦଗ୍ଧମୟ ପୃଥ୍ବୀର ରସମୟ ଆଲେଖ୍ୟ : ଡ଼ଃ ରାୟ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ମାୟାଧର ମାନସିଂ କେବଳ ପ୍ରେମିକ ବା ଜଣେ ସୃଜନଶୀଳ କବି ନୁହଁନ୍ତି, ସେ ଥିଲେ ରୂପ ପ୍ରଣୟର କବି । ସେ ଥିଲେ ଏକ ଦଗ୍ଧମୟ ପୃଥ୍ବୀର ରସମୟ ଆଲେଖ୍ୟ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାରସ୍ଵତ ସାଧକ ଡ଼ଃ ଅଶ୍ବିନୀ କୁମାର ରାୟ ମତ ରଖିଥିଲେ । ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସରରେ ଆଲୋଚ୍ୟ ବିଷୟ ‘ରୂପ ପ୍ରଣୟର କବି ମାୟାଧର ମାନସିଂ’ଙ୍କ ଉପରେ ଆଲୋଚନା କରି ଡ଼ଃ ରାୟ ଉପରୋକ୍ତ ମନ୍ତବ୍ୟ ସହ ତାଙ୍କୁ ଏକାଧାରରେ ନାଟ୍ୟକାର, ସମାଲୋଚକ, ସାହିତ୍ୟିକ, କବି, ଶିକ୍ଷାବିତ୍, ପ୍ରଶାସକ ଭାବେ ଅବହିତ କରି କହିଲେ ଯେ, ସେ ଚିର ସବୁଜ ପ୍ରଣୟର ଗୀତିକାର ତଥା ଓଡ଼ିଆ ସାହିତ୍ୟର ସୃଜନଶୀଳ ସ୍ରଷ୍ଟା । ପବିତ୍ର ମଳୟର ଧାରା, ରଜନୀର ଜ୍ୟୋସ୍ନାଧାର ଚିର ବସନ୍ତର ନିତ୍ୟ ସହଚର । ମାନସିଂହଙ୍କ ଲେଖା କେବେ ମଳିନ ପଡିବ ନାହିଁ । ପାଠାଗାରର ଉପଦେଷ୍ଟା ଗୋପିନାଥ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସାହିତ୍ୟ ବିଭାଗର ଦାୟିତ୍ଵରେ ଥିବା ଉପସଭାପତି ଡ଼ଃ ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ଅର୍ଘ୍ୟରେ କବି କୁଞ୍ଜବିହାରୀ ରାଉତ ‘ବାପାଙ୍କ ଫଟୋ’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ତୃତୀୟ ଅର୍ଘ୍ୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରଶ୍ମି ସାହୁ ଓ ଗୌତମ ଦାସଙ୍କ ସଂଯୋଜନାରେ ଆର୍ତ୍ତତ୍ରାଣ ମହାପାତ୍ର, ଅଜୟ କୁମାର ମହାନ୍ତି, ରବିନ୍ଦ୍ର ନାଥ ମହାନ୍ତି, ତାରିଣୀ ଚରଣ ସାହୁ, ଉପେନ୍ଦ୍ର କୁମାର ବସ୍ତିଆ, ସୁରେନ୍ଦ୍ର ପାଢ଼ୀ, ସୁଶାନ୍ତ ନାୟକ, ବ୍ରଜେନ୍ଦ୍ର ଦାଶ, ସାଗର ମହାନ୍ତି, ଅର୍ଚ୍ଚନା ପାତ୍ର, ଆଶୁତୋଷ ଜ୍ୟୋତିଷୀ, ପ୍ରତାପ କୁମାର ପଣ୍ଡା ଓ ସଂଯୋଜକ ଦ୍ୱୟ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡ଼ା ବସନ୍ତ ଦାସ, ରାଧାକାନ୍ତ ମିଶ୍ର, ପ୍ରଦୀପ ପଟ୍ଟନାୟକ, ଟୁକୁଲା ପାଢ଼ୀ, ବସନ୍ତ କୁମାର ଜେନା, ଦୀନବନ୍ଧୁ ମୁଦୁଲି, ବିଜୟ ପାତ୍ର, ଡ଼ା କୃପାସିନ୍ଧୁ ନାୟକ, ଅର୍ଚ୍ଚନା ମହାନ୍ତି, ଅଶୋକ ବଳ, ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, କାଶୀନାଥ ନନ୍ଦୀ, ବୀଣାପାଣି ରଥ, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ଶ୍ରୀ ପଟ୍ଟନାୟକ ସଭାପତିତ୍ୱ ଅଭିଭାଷଣ ସହ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.