jayashree

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଏକ ଋତୁ ନୁହେଁ, ଏହା ପ୍ରେମ ପ୍ରଣୟର ଋତୁଟିଏ, ଉତ୍ସାହ ଉଦ୍ଦୀପନାର ଋତୁଟିଏ, ଜୀବନକୁ ରଙ୍ଗମୟ ଆଉ ସ୍ୱପ୍ନମୟ କରୁଥିବା ଋତୁଟିଏ । କବିମାନଙ୍କ ପାଇଁ ଖାସ୍ ବସନ୍ତ ଋତୁ ହିଁ ମରୁଭୂମିରେ ମରୁଝର ପରି ପ୍ରତୀୟମାନ ହୋଇଥାଏ । ଏହା ଥିଲା ବସନ୍ତ କବିତା ଆସରରେ ମୁଖ୍ୟବକ୍ତା ଡ.ସୁବାଷ ଚନ୍ଦ୍ର ଲେଙ୍କାଙ୍କର ଅଭିଭାଷଣ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜସେବୀ ସୁରଥ ଚନ୍ଦ୍ର ଜୟସିଂହ ବସନ୍ତର ବର୍ଣ୍ଣବିଭା ଉପରେ ପୁରାତନ କବି ଏବଂ ଆଧୁନିକ କବିମାନଙ୍କ ମଧ୍ୟରେ ଏକ ତୁଳନାତ୍ମକ ଅଭିଭାଷଣ ରଖିଥିଲେ ।

ଅନ୍ୟତମ ବରେଣ୍ୟ ଅତିଥି ଅନିଲ କୁମାର ଦାଶ ତାଙ୍କ ଅଭିଭାଷଣରେ କହିଲେ ବସନ୍ତ ଋତୁ ଆଉ ଆଗଭଳି ହେଉନାହିଁ । ସଭାପତି ବିଜୟ କୁମାର ସାହୁ ସଂସଦର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ଦେଇ ସଭ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ଅର୍ପଣ କରିଥିଲେ । ଏହି କ୍ରମରେ ଉପ ସଭାପତି ରମେଶ ଚନ୍ଦ୍ର ବାରିକଙ୍କୁ ଆଗାମୀ ବିଷୁବ ସଂଖ୍ୟା ଓ ବାର୍ଷିକ ଉତ୍ସବ ପାଳନର ଦାୟିତ୍ୱ ଦିଆଯାଇଥିଲା । ଅନ୍ୟତମ ଘଟଣା କ୍ରମରେ ରାଉରକେଲାର ଜଣାଶୁଣା ଯୁବ କବି ଗୌତମ ଦାସଙ୍କୁ ସଂସଦର ସାଧାରଣ ସମ୍ପାଦକ ଅସ୍ଥାୟୀ ଭାବରେ ନିଯୁକ୍ତି ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କବି ବସନ୍ତ ବିଶ୍ଵକର୍ମାଙ୍କ ସଂଯୋଜନାରେ ସୁଶାନ୍ତ କୁମାର ନାୟକ, ପ୍ରଣତି ଲେଙ୍କା, କୁଞ୍ଜବିହାରୀ ରାଉତ, ସାର୍ଥକ ସାହୁ, ନମିତା ଜେନା ଆଦି ୨୦ ଜଣ କବି କବିତା ପାଠ କରିଥିଲେ । ରାଜ୍ୟ ସଂଯୋଜକ ନିରଞ୍ଜନ କରଣ ମଞ୍ଚ ସଞ୍ଚାଳନା କରିଥିବା ବେଳେ ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.