oom

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଯାଦବ ସମାଜ ଦ୍ୱାରା କବିତା ଆସର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ସମାଜ ଦ୍ୱାରା ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଯାଦବ ଭବନଠାରେ କବିତା ଆସର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ରୂପେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ, କବି ମଧୁ ସୁଦନ ନାଏକ, କବି ରାଜେଶ ଦଣ୍ଡସେନା ମଂଚାସୀନ ଥିଲେ । ଦୋଳ ପୂର୍ଣ୍ଣିମା ରଙ୍ଗ ପର୍ବ ହୋଲିର ଐତିହ୍ୟ, ପରମ୍ପରା ଏବଂ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କଳାକାର ଚୈତନ୍ୟ ମଟାରୀଙ୍କୁ ଯାଦବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସଭାକୁ କବିରାଜ ଭୋଇ ପରିଚାଳନା କରିଥିଲେ । ପରେ ବିରେନ୍ଦ୍ର ପାଣ୍ଡେ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଶତାଧିକ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବାସୁଦେବ ନାଗ, ସତ୍ୟନାରାୟଣ ବାଗ, ଖରତମଲ ରାଉତ, ଅଷ୍ଟମୀ ବଗର୍ତ୍ତୀ, ଛବିଳ ବଗର୍ତ୍ତୀ, ସାମ୍ବାଦିକ ଅରୁଣ ମିଶ୍ର, ଦିବାକର ପୋଡ, ଆକୁଳ ବଗର୍ତ୍ତୀ, ଅର୍ଜୁନ ସାହୁ, ଗବେଷିକା ସୀମାରାଶି ରଥ, ନିମାଇଁ ଚରଣ ପାଣିଗ୍ରାହୀ, ଉମେଶ ବିଶ୍ୱାଲ, କିଶୋର ଜାଲ, ସନ୍ଦୀପ ବାଗ, ଦିଲିପ ମିଶ୍ର, ପ୍ରଭାସିନୀ ଭୋଇ, ଗୋପିନାଥ ଦଣ୍ଡସେନା, କବିତା ମିଶ୍ର ସହଯୋଗ କରିଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.