ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷର ଦାବୀ ପରେ ବଣ ଜଙ୍ଗଲ ଘେରା ଦେଓଗାଁ ବ୍ଲକର ବନ୍ଧପଡ଼ା ହାଇସ୍କୁଲକୁ ୨୦୨୩/୨୪ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ୨୦୨୨/୨୩ ଶିକ୍ଷା ବର୍ଷରେ ୧୨୮ ଓ ୨୦୨୩/୨୪ ଶିକ୍ଷା ବର୍ଷରେ ୧୨୮ ମୋଟ ଦୁଇ ବର୍ଷରେ ୨୫୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆସନ୍ତା ଫେବୃୟାରୀ ମାସରେ ୨ୟ ବର୍ଷରେ ଅଧ୍ୟୟନ କରୁଥିବା ୧୨୮ଜଣ ଛାତ୍ରଛାତ୍ରୀ ବୋର୍ଡ଼ ପରୀକ୍ଷାର ସମ୍ମୁଖୀନ ହେବେ । ଏଡି ଅନୁଷ୍ଠାନ ଅର୍ଥାତ ବନ୍ଧପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ପରୀକ୍ଷା କେନ୍ଦ୍ର ହେବାକୁ ଚୁଡ଼ାନ୍ତ ହୋଇଛି । ହେଲେ ଦୁଖଃର ବିଷୟ ଯେ, ୨୦୨୩/୨୪ ଆର୍ଥିକ ବର୍ଷରେ ଆସିଥିବା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯୋଜନାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧପଡ଼ାର ରୁପାନ୍ତରିକରଣ ପାଇଁ ୨୫ଲକ୍ଷ ଟଙ୍କା କାମ ଆରମ୍ଭ ନ ହୋଇ ପଡ଼ିରହିଛି । ଯେହେତୁ ଏହି ଅନୁଦାନରେ ୨ଟି ସ୍ମାଟକ୍ଲାସ, ଲାଇବ୍ରେରୀ, ପାଇଖାନା ଓ ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଆସିଛି ହେଲେ ଆରମ୍ଭ ହୋଇ ନଥିବାରୁ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପଧାନଙ୍କୁ ପଚାରିବାରୁ ଠିକ ସମୟରେ କାମ ଆରମ୍ଭ ହୋଇଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇସାରିଥାନ୍ତା କିନ୍ତୁ କାମ ଆରମ୍ଭ ହୋଇ ନାହିଁ ତାହାର କାରଣ ଜାଣି ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦିଷ୍ଟ ପାଇଖାନା ଓ ପାନୀୟ ଜଳ ନିହାତି ଯୋଗାଇ ଦେବା କଥା । କେବଳ ଲୋକଙ୍କୁ ଖୁସି କରିବା ପାଇଁ ବିଦ୍ୟାଳୟକୁ ଉନ୍ନିତ କରିଦେଲେ କଣ ହେବ ବୋଲି ସ୍ତାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେଣୁ ଶୁବ ଶୀଘ୍ର ଆସିଥିବା ୨୫ଲକ୍ଷ ଅନୁଦାନକୁ ବିନିଯୋଗ କରିବା ପାଇଁ ବୁଦ୍ଧିଜୀବୀ ମହଳରେ ଦାବୀ ହେଉଛି ।